ଯାଞ୍ଚ ହେବ ଝାରସୁଗୁଡ଼ାର ୧୩ଟି ବୁଥର ଇଭିଏମ୍ । ଦୀପାଳି ଦାସଙ୍କ ଅଭିଯୋଗ ପରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ।  

2,615

କନକ ବ୍ୟୁରୋ: ଦୀପାଳି ଦାସଙ୍କ ଆବେଦନ ଗ୍ରହଣ କଲେ ନିର୍ବାଚନ କମିଶନ୍ । ପୁଣିଥରେ ଯାଞ୍ଚ ହେବ ଇଭିଏମ୍ । ୧୩ଟି ବୁଥ୍ରେ ଇଭିଏମ୍ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ନିର୍ବାଚନ କମିଶନ୍ ।

୨୦୨୪ ସାଧାରଣ ନିର୍ବାଚନରେ ଝାରସୁଗୁଡା ବିଧାନସଭା ଆସନରୁ ବିଜେଡି ଟିକେଟରୁ ଲଢିଥିଲେ ପୂର୍ବତନ ବିଧାୟିକା ଦୀପାଳି ଦାସ । ବିଜେପିର ଟଙ୍କଧର ତ୍ରିପାଠୀଙ୍କ ଠାରୁ ମାତ୍ର ୧୩୩୩ ଭୋଟରେ ପରାସ୍ତ ହୋଇଥିଲେ ଦୀପାଳି । ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିବା ସହ ପୁନଃ ଗଣତି ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିଥିଲେ । ଯାହାକୁ ଗ୍ରହଣ କରି ନେଇଛନ୍ତି ନିର୍ବାଚନ କମିଶନ୍ । ଝାରସୁଗୁଡାର ୧୩ଟି ବୁଥ୍ର ଇଭିଏମ୍ ଯାଞ୍ଚ ନେଇ ନିର୍ଦ୍ଦେଶ ଦେଇଛନ୍ତି ।