ପାଣି ପାଇଁ ହଟହଟା ଭୋଗରାଇ ଦେଉଳା ହାଟର ବ୍ୟବସାୟୀ । ଆନ୍ଦୋଳନକୁ ଓହ୍ଲାଇବାକୁ ଦେଲେ ଚେତାବନୀ ।

30

କନକ ବ୍ୟୁରୋ: ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଦିନେ କି ଦୁଇ ଦିନ ନୁହେଁ । ୮ ମାସ ହେଲା ପିଇବାପାଣି ପାଇଁ ଅସୁବିଧା ଭୋଗୁଛନ୍ତି ବାଲେଶ୍ୱର ବାଣିଜ୍ୟ କେନ୍ଦ୍ର ଭୋଗରାଇ ବ୍ଲକ ଦେଉଳା ହାଟର ୧ ହଜାରରୁ ଅଧିକ ବ୍ୟବସାୟୀ । ପାଣି ସମସ୍ୟା ନେଇ ଅଭିଯୋଗ କରିଥିଲେ । ହେଲେ ବସୁଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସହ ସଂଯୋଗ ଭୂତଳ ପାଇପ୍ ମରାମତି କରାଯାଇପରିବ ନାହିଁ ବୋଲି ସରପଞ୍ଚଙ୍କ ରୋକଠୋକ ଶୁଣାଇ ଦେଇଛନ୍ତି । ଯାହାକୁ ବିରୋଧ କରିଛନ୍ତି ଦେଉଳା ହାଟ ବ୍ୟବସାୟୀ ସଂଘ । ୩ ଦିନ ମଧ୍ୟରେ ପାଣିର ସୁବିଧା କରାନଗଲେ ସମସ୍ତେ ଏକାଠି ହୋଇ ଆନ୍ଦୋଳନକୁ ଓହ୍ଲାଇବାର ଚେତାବନୀ ଦେଇଛନ୍ତି । ଏନେଇ ବିଡ଼ିଓ ଓ ତହସିଲଦାରଙ୍କୁ ମଧ୍ୟ ଅବଗତ କରାଇଛନ୍ତି ।