Daily Archives

January 12, 2022

ବଢିଲା ମେଡିକାଲ କଲେଜର ସିଟ୍ । ଜାଣନ୍ତୁ କେଉଁ ମେଡିକାଲ କଲେଜରେ କେତେ ସିଟ୍ ପାଇଁ ହେବ ନାମଲେଖା ?

କନକ ବ୍ୟୁରୋ : ଆରମ୍ଭ ହେଲା ମେଡିକାଲ କଲେଜରେ ନାମଲେଖା ପାଇଁ ପଂଜିକରଣ ପ୍ରକ୍ରିୟା । ଚଳିତବର୍ଷ ପୁରୀ ମେଡିକାଲ କଲେଜର ଶହେ ନୂଆ ସିଟ ପାଇଁ ହେବ ନାମଲେଖା । ପ୍ରାୟ ୫ ମାସ ବିଳମ୍ବରେ ଆରମ୍ଭ ହେଲା ପ୍ରକ୍ରିୟା । ଓଡ଼ିଶାରୁ ୨୨ ହଜାର ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ ପାଇଁ କ୍ୱାଲିଫାଏ କରିଛନ୍ତି…

କାମ କରୁଛି କୋଭାକ୍ସିନ ଟିକା । ଓମିକ୍ରନ ଓ ଡେଲଟା ଭୁତାଣୁକୁ ନିଷ୍କ୍ରିୟ କରିପାରୁଛି କୋଭାକ୍ସିନର ବୁଷ୍ଟର ଡୋଜ୍ ।

କନକ ବ୍ୟୁରୋ : ଓମିକ୍ରନ ବିରୋଧରେ କାମ କରୁଛି କୋଭାକ୍ସିନ ଟିକା । ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ କୋଭାକ୍ସିନ ଟିକାର ବୁଷ୍ଟର ଡୋଜ ଓମିକ୍ରନ ଭୁତାଣୁର ସଫଳ ମୁକାବିଲା କରିପାରୁଛି । ଡେଲଟା ଭୁତାଣୁ, ଓମିକ୍ରନ ଭୂତାଣୁକୁ କୋଭାକ୍ସିନର ବୁଷ୍ଟର ଡୋଜ ନିଷ୍କ୍ରିୟ କରୁଥିବା ସୂଚନା ମିଳିିଛି ।…

ବ୍ୟାଙ୍କ ଲୁଟେରାଙ୍କୁ ଗିରଫ କଲା ପୋଲିସ । ଢେଙ୍କାନାଳ ରାସୋଳ ବ୍ୟାଙ୍କରୁ ଡକାୟତି ପରେ ଫେରାର ହେଉଥିବା ବେଳେ ଗୋଡାଇ…

କନକ ବ୍ୟୁରୋ : ଢେଙ୍କାନାଳ ରାସୋଳ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ଘଟଣାରେ ୫ ଡକାୟତ ଗିରଫ । ବ୍ୟାଙ୍କ ଡକାୟତି ପରେ ଗୋବିନ୍ଦପୁର ରାସ୍ତା ଦେଇ ଫେରାର ହେଉଥିବା ଡକାୟତଙ୍କୁ ଗୋଡାଇ ଗୋଡାଇ କାବୁ କରିଛି ଗୋବିନ୍ଦପୁର ଫାଣ୍ଡି ପୁଲିସ । ସେମାନଙ୍କ ପାଖରୁ ଗୋଟିଏ କାର, ଗୋଟିଏ…

କରଞ୍ଜିଆ ବିଜେଡିରେ ଗୋଷ୍ଠୀ କନ୍ଦଳ ! ଟିକେଟ ପାଇଁ ଦୁଇ ଗୋଷ୍ଠୀ ମୁହାଁମୁହିଁ, ରାଜରାସ୍ତାରେ ହେଲା ମାରପିଟ୍ ।

କନକ ବ୍ୟୁରୋ : ଆଶାୟୀ ଅନେକ, ଯାହା ବଢାଇଲାଣି ବିଜେଡି ନେତାଙ୍କ ଚିନ୍ତା । କରଞ୍ଜିଆରେ ବିଧାୟିକା ଏବଂ ବ୍ଲକ ଅଧ୍ୟକ୍ଷ ଗୋଷ୍ଠୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଛକାପଞ୍ଝା ମାରପିଟ ଯାଏଁ ପହଞ୍ଚିଲାଣି । ପରସ୍ପର ବିରୋଧରେ ଥାନାରେ ଏଫଆଇଆର ଦିଆଯାଉଛି ଓ ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା…

ଭିଜିଲାନ୍ସର ହାୱା ବେଶୀ କାମ କମ୍ । ସବୁଠାରୁ ବଡ ରେଡ୍ ମାମଲାରେ ଦେଇପାରିଲାନି ଚାର୍ଜସିଟ, ବେଲ୍ ପାଇଗଲେ ଅଭିଯୁକ୍ତ ।

କନକ ବ୍ୟୁରୋ : ଭିଜିଲାନ୍ସ ବିଭାଗର କାମ କମ ହାୱା ବେଶୀ । ରାଜ୍ୟ ଭିଜିଲାନ୍ସ ଇତିହାସରେ ସବୁଠାରୁ ବଡ ରେଡ ବୋଲି କୁହାଯାଉଥିବା ପୋଲିସ ହାଉସିଂ ନିଗମର ଅଧିକାରୀ ପ୍ରତାପ ସାମଲଙ୍କୁ ଜାମିନ ମିଳିଗଲା । ଆଶ୍ଚର୍ଯ୍ୟର କଥା ହେଉଛି, ଭିଜିଲାନ୍ସ ନିର୍ଦ୍ଧାରିତ ସମୟ ଭିତରେ ଚାର୍ଜସିଟ ଦାଖଲ…