ବ୍ୟାଙ୍କ ଲୁଟେରାଙ୍କୁ ଗିରଫ କଲା ପୋଲିସ । ଢେଙ୍କାନାଳ ରାସୋଳ ବ୍ୟାଙ୍କରୁ ଡକାୟତି ପରେ ଫେରାର ହେଉଥିବା ବେଳେ ଗୋଡାଇ ଗୋଡାଇ କଲା କାବୁ ।

228

କନକ ବ୍ୟୁରୋ : ଢେଙ୍କାନାଳ ରାସୋଳ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ଘଟଣାରେ ୫ ଡକାୟତ ଗିରଫ । ବ୍ୟାଙ୍କ ଡକାୟତି ପରେ ଗୋବିନ୍ଦପୁର ରାସ୍ତା ଦେଇ ଫେରାର ହେଉଥିବା ଡକାୟତଙ୍କୁ ଗୋଡାଇ ଗୋଡାଇ କାବୁ କରିଛି ଗୋବିନ୍ଦପୁର ଫାଣ୍ଡି ପୁଲିସ । ସେମାନଙ୍କ ପାଖରୁ ଗୋଟିଏ କାର, ଗୋଟିଏ ବୁଲେଟ ମୋଟର ସାଇକେଲ ଜବତ ହୋଇଛି । ଗିରଫ ଡକାୟତଙ୍କୁ ଗୋବିନ୍ଦପୁର ପାଣ୍ଡିରେ ପଚରା ଉଚରା କରୁଛି ପୁଲିସ ।

ତେବେ ଡକାୟତ ଲୁଟ କରିଥିବା ସୁନା ଓ ଟଙ୍କା ମଧ୍ୟ ପୁଲିସ ଜବତ କରିଥିବା ଅନୁମାନ କରାଯାଉଛି । ରାସୋଳ ଥାନା ଠାରୁ ମାତ୍ର ୨ଶହ ମିଟର ଦୂରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ମାରଣାସ୍ତ୍ର ଦେଖାଇ ଲୁଟ କରିଥିଲେ ୪ ଜଣ ଡକାୟତ । ଦିନ ଦ୍ୱିପହରରେ ମାରଣାସ୍ତ୍ର ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରି ଏକ କୋଠରୀରେ ବନ୍ଦ କରି ବ୍ୟାଙ୍କରୁ ଟଙ୍କା, ସୁନା ଓ ହାର୍ଡ ଡିସ୍କ ଲୁଟ କରି ଫେରାର ହୋଇଯାଇଥିଲେ । ତେବେ ଢେଙ୍କାନାଳ ପୁଲିସ ତତ୍ପରତା ଦେଖାଇ ଡକାୟତଙ୍କୁ ଗିରଫ କରିଛି ।