ଷ୍ଟାର୍ଟ ହେଲାନି ୧୦୮ ଆମ୍ବୁଲାନ୍ସ ! ମଝି ରାସ୍ତାରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ବୃଦ୍ଧ

34

କନକ ବ୍ୟୁରୋ : ୧୦୮ ଆମ୍ବୁଲାନ୍ସ ଆସିଲା କିନ୍ତୁ ରୋଗୀ ଆମ୍ବୁଲାନ୍ସରେ ବସିବା ପରେ ଷ୍ଟାର୍ଟ ହେଲାନି , ମଝି ରାସ୍ତାରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ବୃଦ୍ଧ । ଶେଷରେ ଗାଁର କିଛି ଯୁବକ ଆହତ ବୃଦ୍ଧଙ୍କୁ ବାଇକ୍ ଯୋଗେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛନ୍ତିି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ବଗଡା ନିକଟରେ । ଯାହା ୧୦୮ ଆମ୍ବୁଲାନ୍ସ ସେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ ବାହାକଣ୍ଡିଆ ଗାଁର କରୁଣାକର ଦାସ ସାଇକେଲ୍ ଯୋଗେ କେନ୍ଦ୍ରପଡା ଟାଉନକୁ ଯାଉଥିଲେ । ଏବଂ ଅଚାନକ ମୁଣ୍ଡ ବୁଲାଇଦେବାରୁ ବଗଡା ନିକଟରେ ସେ ତଳେ ପଡିଥିଲେ । ଫଳରେ ତାଙ୍କର ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା । ଏହା ଦେଖି ବଗଡାର କିଛି ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ । ଆମ୍ବୁଲାନ୍ସ ମଧ୍ୟ ଆସିଥିଲା । ଆଉ ବୃଦ୍ଧ ଜଣଙ୍କୁ ଆମ୍ବୁଲାନ୍ସରେ ଭର୍ତି କରିବା ପରେ ତାହା ଷ୍ଟାର୍ଟ ହୋଇନଥିଲା । ଆମ୍ବୁଲାନ୍ସକୁ ଠେଲି ଠେଲି ଷ୍ଟାର୍ଟ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା । ଯାହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତେଜନା ଦେଖାଦେଇଥିଲା ।