ଆସନ୍ତା ମାସଠାରୁ କମ୍ ହେବ ଟିଭି ଦର୍ଶକଙ୍କ ଖର୍ଚ୍ଚ ! ୧୦୦ ଦେୟଯୁକ୍ତ କିମ୍ବା ମାଗଣା ଚ୍ୟାନେଲ ପାଇଁ ମାସିକ ମାତ୍ର ୧୫୩ ଟଙ୍କା   

519

ଟିଭି ଦର୍ଶକଙ୍କ ଖର୍ଚ୍ଚ ଆସନ୍ତା ମାସ ଠାରୁ କମ୍ ହେବାକୁ ଯାଉଅଛି । ୧ ଫେବୃୟାରୀ ଠାରୁ ଡିଟିଏଚ୍ ଓ କେବଲ୍ ଉପଭୋକ୍ତାଙ୍କ ପାଇଁ ଲାଗୁ ହେବାକୁ ଥିବା ନୂଆ ନିୟମ ଅନୁସାରେ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ବଡ଼ ଆଶ୍ୱସ୍ତି  ଦେଇଛି । ନିମୟରେ ପରିବର୍ତ୍ତନ କରି ଲୋକଙ୍କୁ ନିଜର ମାସିକ ବିଲ୍ ଉପରେ ଅନେକ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି ।

ଟ୍ରାଇର ନିର୍ଦ୍ଦେଶ ଅନୁସାରେ ୧୫୩ ଟଙ୍କାରେ ଜିଏସଟି ସହିତ ପ୍ରତି ମାସ ୧୫୩ ଟଙ୍କା ଖର୍ଚ୍ଚ କରି ୧୦୦ ଦେୟଯୁକ୍ତ କିମ୍ବା ମାଗଣା ଚ୍ୟାନେଲ ଦେଖିପାରିବେ । ୩୧ ଜାନୁୟାରୀ ପୂର୍ବରୁ ଏହି ୧୦୦ ଚ୍ୟାନେଲର ଚୟନ ପାଇଁ ଗ୍ରାହକଙ୍କୁ କହିସାରିଛି ଟ୍ରାଇ । ନୂଆ ନିମୟ ୧ ଫେବୃୟାରୀ ଠାରୁ ଲାଗୁ ହେବ । ଗ୍ରାହକଙ୍କ ମୋବାଇଲକୁ ଏସଏମଏସ୍ ପଠାଇ ଏହାର ସୂଚନା ଦିଆଯାଉଛି । ଟ୍ରାଇ ତରଫରୁ ଜାରି ହୋଇଥିବା ୨ଟି ଟେଲିକମ୍ ନମ୍ବର ଓ ଇମେଲ୍ ଆଇଡ଼ି ଜରିଆରେ ଆପଣ ସବିଶେଷ ସୂଚନା ପାଇପାରିବେ ।

ଗ୍ରାହକ ୦୧୧-୨୩୨୩୭୯୭୨ ଓ ୯୧୧-୨୩୨୨୦୨୦୯ ନମ୍ବରରେ କଲ କରି ତଥା advbcs-2@trai.gov.in या arvind@gove.in ରେ ଇମେଲ ପଠାଇ ଅଧିକ ସୂଚନା ଜାଣିପାରିବ । ଏବଂ ନିଜ ଦ୍ୱନ୍ଦ୍ୱ ମଧ୍ୟ ଦୂର କରିପାରିବେ ।

୧୫୩ ଟଙ୍କାରେ କେଉଁ ଚ୍ୟାନେଲ୍?

୧୫୩ରେ ୧୦୦ ଚ୍ୟାନେଲ ଷ୍ଟଲ ପାଇଁ ନେଟୱର୍କ କାପାସିଟି ମୂଲ୍ୟ ରୂପରେ ଦେଇପାରିବେ । ଏହା ବ୍ୟତୀତ ଆପଣ ଯଦି କେବଳ ଫ୍ରି ଟୁ ଏୟାର ଚ୍ୟାନେଲର ଚୟନ କରିବେ ତେବେ ଆପଣଙ୍କୁ କୌଣସି ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ ନାହିଁ । ଅନ୍ୟପଟେ ଦେୟଯୁକ୍ତ ଚ୍ୟାନେଲ ପାଇଁ ପ୍ରତ୍ୟେକ ଚ୍ୟାନେଲ ପାଇଁ ନିର୍ଦ୍ଧାରିତ ଶୁଳ୍କ ଦବାକୁ ପଡ଼ିବ । ଯଦି ଆପଣ ୧୦୦ରୁ ଅଧିକ ଚ୍ୟ।।ନଲେ ଦେଖିବା ପାଇଁ ଚାହାନ୍ତି ତେବେ ୨୫ ଚ୍ୟାନଲେ ପାଇଁ ୨୦ ଟଙ୍କା ଅଧିକ ଦେବାକୁ ପଡ଼ିବ ।