ମହଙ୍ଗା ପଡିଲା ପୁଲିସ ବାବୁଙ୍କ ୧୦ କୋଟି ଟଙ୍କାର ଡିଲ

57

ମାଲକାନଗିରି : ମହଙ୍ଗା ପଡିଲା ପୁଲିସ ବାବୁଙ୍କ ୧୦ କୋଟି ଟଙ୍କାର ଡିଲ । ହନୁମାନ ପଇସା, ପୁରୁଣା ତମ୍ବା ଓ ପିତଳ ଢାଳକୁ ନେଇ ୧୦ କୋଟି ଟଙ୍କାର ଡିଲ କରିଥିଲେ ପୁଲିସ ବାବୁ। ମାଲକାନଗିରିର ଜଣେ ଆଦିବାସୀ ଇର୍ମା ମାଢୀଙ୍କ ଠାରୁ ତମ୍ବା ଗ୍ଲାସ ଓ ପିତଳ ବାସନ ଆଦି ୬୦ ହଜାର ଟଙ୍କାରେ କିଣିଥିଲେ ପୁଲିସ କର୍ମଚାରୀ । ଏହି ତମ୍ବା ଓ ପିତଳ ଜିନିଷକୁ କୋଲକାତାର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିବା ପାଇଁ ୧୦ କୋଟି ଟଙ୍କାର ଡିଲ ହୋଇଥିଲା । ଏହାର ପର୍ଦାଫାଶ କରିଛି ମାଲକାନଗିରି ପୁଲିସ । ଏହି ଘଟଣାରେ ସମସ୍ତ ପକ୍ଷଙ୍କୁ ସମନ ଜାରି କରାଯାଇଛି ।