ପିପିଲି ଉପ ନିର୍ବାଚନ ମଇଦାନରେ ଏଥର ୧୦ ପ୍ରାର୍ଥୀ । ୬ ତାରିଖରୁ ଆରମ୍ଭ ହେବ ପୋଷ୍ଟାଲ ବାଲାଟ୍ ଭୋଟ୍ । 

120

କନକ ବ୍ୟୁରୋ: ପିପିଲି ଉପ ନିର୍ବାଚନ ମଇଦାନରେ ୧୦ ପ୍ରାର୍ଥୀ । ଆଜି ପିପିିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ଥିଲା । ଯେଉଁଥିରେ ମୋଟ ଦଶଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଚୂଡାନ୍ତ ହୋଇଥିବା ସିିଇଓ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି । ଏଥର ପିପିଲି ଉପ ନିର୍ବାଚନ ପାଇଁ ମୋଟ ୧୫ ଜଣ ନୋମିନେସନ ଫାଇଲ୍ କରିଥିଲେ । ଯେଉଁଥିରୁ ତିନିଜଣଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଯାଇଥିଲା । ଏହାପରେ ଆଜି ଆଉ ଦୁଇ ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଫଳରେ ଶେଷକୁ ଏବେ ପିପିଲି ଉପ ନିର୍ବାଚନରେ ୧୦ ଜଣ ପ୍ରାର୍ଥୀ ରହିବା ଚୂଡାନ୍ତ ହୋଇଛି ।

ଏଥର ପିପିଲିରେ ମୋଟ ୨,୨୯, ୯୯୮ ଜଣ ଭୋଟ୍ ରହିଛନ୍ତି । ଯେଉଁମାନଙ୍କ ଭିତରୁ ୧୦୭୭ ଜଣ ପୋଷ୍ଟାଲ ବାଲାଟରେ ଭୋଟ୍ ଦେବେ । ଏଥିସହିତ ୯୦୯ ଜଣ ଭୋଟର ୮୦ ବର୍ଷରୁ ଅଧିକ ଏବଂ ୧୬୮ ଜଣ ଭିନ୍ନକ୍ଷମ ବୋଲି ସୂଚନା ଦିଆଯାଇଛି ।  ପିପିଲି ଉପ ନିର୍ବାଚନ ପାଇଁ ୬ ତାରିଖରୁ ବାଲାଟ୍ ଭୋଟ୍ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ପିିପିଲି ଉପ ନିର୍ବାଚନ ପାଇଁ ମୋଟ ୪୨୩ଟି ବୁଥ୍ ହେବ । ଏହା ଭିତରୁ ୧୦୨ଟି ବୁଥକୁ କ୍ରିଟିକାଲ୍ ବୁଥ କରାଯାଇଛି । ତେବେ ଏଥର କୌଣସି ବୁଥରେ ଏକ ହଜାରରୁ ଅଧିକ ଭୋଟିଂ ହେବ ନାହିଁ ।