ସସପେଣ୍ଡ ହେବା ପରେ ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । କହିଲେ, ସସପେଣ୍ଡକୁ ଖାତିର କରୁନାହିଁ ।

489

କନକ ବ୍ୟୁରୋ: ଗୃହରୁ ସସପେଣ୍ଡ ହେବା ପରେ ପ୍ରତିକ୍ରିୟା ରଖିଲେ ବିଧାୟକ ଜୟନାରାୟଣ ମିଶ୍ର । କହିଲେ, ବାଚସ୍ପତି ଯେତେବେଳେ ସମ୍ବିଧାନ ହିସାବରେ କାମ କଲେ ନାହିଁ ସେତେବେଳେ ଏପିର ପ୍ରତିକ୍ରିୟା ଆସିଲା । ଯଦି ଅତ୍ୟାଚାର, ଅନାଚାର ବିରୋଧରେ ସ୍ୱର ଉତ୍ତୋଳନ କଲେ ସସପେଣ୍ଡ କରାଯାଏ, ଏହାକୁ ମୁଁ ସ୍ୱାଗତ କରୁଛି । ମୁଁ ଏହି ସସପେଣ୍ଡକୁ ଖାତିର କରୁନାହିଁ ।

ଗୃହରେ ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିବା ଘଟଣା । ୩ ଜଣ ବିଧାୟକଙ୍କୁ ସସପେଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ଚଳିତ ବିଧାନସଭା ଅଧିବେଶନ ପାଇଁ ୩ ବିଧାୟକ ସସପେଣ୍ଡ ହୋଇଛନ୍ତି । ସସପେଣ୍ଡ ହେଲେ ବିଷ୍ଣୁ ସେଠୀ, ଜୟ ନାରାୟଣ ମିଶ୍ର ଓ ମୋହନ ମାଝୀ ।
ବିଧାନସଭାରେ ଆଜି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିଥିଲେ ବିରୋଧୀ ବିଧାୟକ । ବାଚସ୍ପତି ମୁଲତବି ପ୍ରସ୍ତାବ ଗ୍ରହଣ ନ କରିବା ଓ ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ନଦେବା ଅଭିଯୋଗ ଆଣି ଏଭଳି ଆଭିମୁଖ୍ୟ ଆପଣାଇଥିଲେ ବିରୋଧୀ । ବିନା ଆଲୋଚନାରେ ବିଲ୍ ପାସ କରିଥିବାରୁ ବିରୋଧ କରି ଚପଲ ଫିଙ୍ଗିଥିବା ଅଭିଯୋଗ ହୋଇଥିଲା । ହୋ ହାଲ୍ଲା ଭିତରେ ବିରୋଧୀ ସଦସ୍ୟ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗାଯାଇଥିବା କହିଛନ୍ତି ବିରୋଧୀ ସଦସ୍ୟ ମୋହନ ମାଝୀ । ତେବେ ବିଜେପି ବିଧାୟକ ବିଷ୍ଣୁ ସେଠୀ ଓ ଜୟନାରାୟଣ ମିଶ୍ର ଚପଲ ଫିଙ୍ଗିଥିବା ନେଇ ଅଭିଯୋଗ କରିଥିଲେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।