ଅଭିଯୋଗ ରୁଜୁ କରିବା ପାଇଁ ଏବେ ଯିବାକୁ ପଡିବନି ଥାନା ! ଘରେ ବସି ଗୋଟିଏ ଫୋନ୍ କଲରେ କରିପାରିବେ ଏଫଆଇଆର ।

1,359

ଉତ୍ତରପ୍ରଦେଶ ପୋଲିସ୍ ତରଫରୁ ‘ଡାଏଲ୍ –ଏଫଆଇଆର’ ଯୋଜନା ଆରମ୍ଭ କରାଯାଇଛି । ଯାହାର ମାଧ୍ୟମରେ ବିନା ଥାନାକୁ ଯାଇ ମଧ୍ୟ ଫୋନ୍ ମାଧ୍ୟମରେ ହିଁ ଏଫଆଇଆର୍ କରିପାରିବେ । ଆପଣଙ୍କୁ କହିରଖୁଛୁ କି ଦେଶରେ ଏହା ପ୍ରଥମ ଏଭଳି ଯୋଜନା ଯାହାର ଫାଇଦା ଲୋକଙ୍କୁ ଘରେ ବସି ମିଳିପାରିବ ।

ଏହାଛଡା ୟୁପି ପୋଲିସ୍ କାଉଣ୍ଟର ଟେରର୍ କାମ୍ଭେଟ୍ ଏବଂ ରେସପନ୍ସ ଗ୍ରିଡ୍ ର ମଧ୍ୟ ବିସ୍ତାର କରିଛି । ଏହି ଯୋଜନା ଅନୁସାରେ ୧୦୦ ରୁ ଅଧିକ ନୂଆ କମାଣ୍ଡୋକୁ ଟ୍ରେନିଙ୍ଗ୍ ଦିଆଯିବ । ଏଥିରେ ମହିଳା ପୋଲିସ ମଧ୍ୟ ସାମିଲ ରହିବେ । ଉତ୍ତରପ୍ରଦେଶ ଡିଜିପି ଓପି ସିଂହଙ୍କ କହିବାନୁସାରେ ଡଏଲ୍ -୧୦୦ ରେ ପ୍ରତିଦିନ ୨୦ ହଜାରରୁ ଅଧିକ କଲ୍ ଆସୁଛି । ଏହି ଅଭିଯୋଗ କିଛି ଖାସ୍ ଶ୍ରେଣୀ ଯେଭଳି ଗାଡିଚୋରୀ,ସୁନା ଚୋରୀ ଭଳି ଅଭିଯୋଗ ରହିଛି । ବର୍ତ୍ତମାନ ଏଭଳି ଅଭିଯୋଗ ପାଇଁ ବ୍ୟକ୍ତିଙ୍କୁ ଆଉ ଥାନାକୁ ଆସିବାକୁ ପଡିବ ନାହିଁ । ଏଥିପାଇଁ ପୋଲିସ୍ କର୍ମୀଙ୍କୁ ୨୩,୦୦୦ ଆଇପ୍ୟାଡ୍ ମଧ୍ୟ ଦିଆଯାଇଛି ।