ମାନସିକ ବିକୃତ ମହିଳାଙ୍କ ପେଟରୁ ବାହାରିଲା ଚେନ୍ ,ବ୍ରେସଲେଟ୍ ଏବଂ ଲୁହାକଣ୍ଟା ! ଡାକ୍ତରଙ୍କ ଉଡିଲା ହୋସ୍ ।

94

ଲୁହାକଣ୍ଟା, ନଟ୍-ବୋଲଟ, ସେଫ୍ଟିପିନ୍, ୟୁ-ପିନ୍, ହେୟାର ପିନ୍, ବ୍ରେସ୍ଲେଟ୍, ଚେନ୍, ମଙ୍ଗଳସୂତ୍ର, ମୁଦି, ଚୁଡ଼ି ଇତ୍ୟାଦି। ଏହି ତାଲିକା କୌଣସି ହାର୍ଡୱେର ଷ୍ଟୋର୍ କିମ୍ବା ଅଳଙ୍କାର ଦୋକାନର ନୁହେଁ। ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲରେ ଅସ୍ତ୍ରାପଚାର ପରେ ଜଣେ ମହିଳାଙ୍କ ପେଟରୁ ଏହି ସବୁ ସାମଗ୍ରୀକୁ ଡାକ୍ତରମାନେ ବାହାର କରିଛନ୍ତି। ପ୍ରାୟ ଦେଢ଼କିଲୋ ଓଜନର ଏହି ସାମଗ୍ରୀ ବାହାରିଥିବା ଜଣାପଡ଼ିଛି। ମହିଳାଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ସେ ଏଣୁତେଣୁ ସାମଗ୍ରୀ ଖାଉଥିଲେ ବୋଲି ଅନୁମାନ କରାଯାଉଛି।

୪୦ ବର୍ଷୀୟା ସଙ୍ଗୀତା ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବା ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପେଟ ବହୁତ କଠିନ ହେବା ସହ ଫୁଲି ଯାଇଥିଲା। ନିଃଶ୍ବାସ ପ୍ରଶ୍ବାସରେ ମଧ୍ୟ ସେ କଷ୍ଟ ଅନୁଭବ କରୁଥିଲେ। ତେଣୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର ପ୍ରଥମେ ଏକ୍ସରେ କରାଯାଇଥିଲା। ରିପୋର୍ଟରେ ଅନେକ ଅଦରକାରୀ ସାମଗ୍ରୀ ତାଙ୍କ ପେଟରେ ଥିବା ଜଣାପଡ଼ିଥିଲା। ଏହାପରେ ତୁରନ୍ତ ତାଙ୍କର ଅେସ୍ତ୍ରାପଚାର କରାଯାଇଥିଲା। ଫଳରେ ତାଙ୍କ ପେଟରୁ ପିନ୍, ବ୍ରେସ୍ଲେଟ୍, ଚୁଡ଼ି, ମୁଦି, ଚେନ୍ ଆଦି ସାମଗ୍ରୀ ବାହାରିଥିଲା। ମହିଳା ଜଣକ ‘ଆକ୍ୟୁଫାଗିଆ’ ରୋଗର ଶିକାର ହୋଇଥିବାରୁ ସେ ଏହିସବୁ ସାମଗ୍ରୀ ଖାଇଥିବା ଡାକ୍ତର ନୀତୀନ୍ ପାର୍ମର୍ କହିଛନ୍ତି।