ଜାତୀୟ ଫିଲ୍ମ ମ୍ୟୁଜିୟମରେ ଓଡ଼ିଆ ଫିଲ୍ମକୁ ଅଣଦେଖା ପ୍ରସଙ୍ଗ । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଶା ଫିଲ୍ମ ଉନ୍ନୟନ ନିଗମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡିଛି-ଓଡ଼ିଶା ଫିଲ୍ମ ଉନ୍ନୟନ ନିଗମ

107

କନକ ବ୍ୟୁରୋ : ମୁମ୍ବାଇ ସ୍ଥିତ ଜାତୀୟ ଫିଲ୍ମ ମ୍ୟୁଜିୟମରେ ଓଡ଼ିଆ ଫିଲ୍ମ ସ୍ମାରକୀ ସ୍ଥାନ ନପାଇବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡିଛି-ଓଡ଼ିଶା ଫିଲ୍ମ ଉନ୍ନୟନ ନିଗମ । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମ୍ୟୁଜିୟମରେ ସ୍ଥାନ ଦେବାକୁ ଦାବି କରାଯାଇଛି । ପୁରସ୍କାର ପ୍ରାପ୍ତ ଓଡ଼ିଆ ଫିଲ୍ମ, ଓଡ଼ିଆ ଫିଲ୍ମ ନିର୍ମାତଙ୍କ ସଂପର୍କରେ ସୂଚନା ଏବଂ ଓଡ଼ିଆ ସିନେ କଳାକାରଙ୍କ ସଂପର୍କରେ ଏହି ମ୍ୟୁଜିୟମରେ ସ୍ଥାନ ଦେବା ନେଇ ଏହି ଚିଠିରେ ଲେଖାଯାଇଛି ।

ନିକଟରେ ଓଡ଼ିଆ ଫିଲ୍ମ ଶିଳ୍ପ ୮୨ ବର୍ଷ ଅତିକ୍ରମ କରିସାରିଛି, ହେଲେ ଜାତୀୟ ସଂଗ୍ରହାଳୟରେ ଓଡ଼ିଆ ଫିଲ୍ମ ସ୍ଥାନ ନପାଇବାକୁ ନେଇ ଓଡ଼ିଶାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗତ ୧୯ ତାରିଖରେ ଏହି ମ୍ୟୁଜିୟମ୍ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ।