ଆଜି ବିଶ୍ୱ ହସ୍ତୀ ଦିବସ : ନନ୍ଦନକାନନରେ ବିଶେଷ ପ୍ରସ୍ତୁତି

40

କନକ ବ୍ୟୁରୋ : ଦିନକୁ ଦିନ ହାତୀଙ୍କ ସଂଖ୍ୟା ହ୍ରାସ ପାଉଛି । ଏମାନଙ୍କ ସୂରକ୍ଷା ପାଇଁ ସାଧାରଣରେ ଜନସଚେତନତା ସୃଷ୍ଟି କରିବା ପାଇଁ ହସ୍ତୀଦିବସ ପାଳନ ହୋଇଥାଏ । ଏଣୁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ବିଶ୍ୱହସ୍ତୀ ଦିବସ ପାଳନ କରାଯାଉଛି । ପ୍ରଥମ ବିଶ୍ୱ ହସ୍ତୀଦିବସ ୨୦୧୨ ମସିହା ଅଗଷ୍ଟ୧୨ରେ ଆରମ୍ଭ ହୋଇଥିଲା ।

ଦିନକୁ ଦିନ ଜଙ୍ଗଲ ନଷ୍ଟ ହୋଇଥିବା । ଖଣି ଖାଦାନର ବୃଦ୍ଧି ଘଟିବା ଫଳରେ ହାତୀମାନଙ୍କର ବାସସ୍ଥାନରେ ସଙ୍କୁଚିତ ହେଉଛି । ଅସାମାଜିକ ଲୋକେ ମଧ୍ୟ ହାତୀ ଶିକାର କରୁଛନ୍ତି । ଫଳରେ ଦିନକୁ ଦିନ ଏହି ପ୍ରାଣୀର ସଂଖ୍ୟା ଲୋପ ପାଇବାକୁ ବସିଛି । ଏଣୁ ଜନସଚେତନାକୁ ଦ୍ରୁତତର କରିବା ପାଇଁ ବିଶ୍ୱହସ୍ତୀ ଦିବସର ପରିକଳ୍ପନା କରାଯାଇଛି ।

ଏହି ଅବସରରେ ନନ୍ଦନକାନନରେ ଆୟୋଜନ କରାଯାଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ନନ୍ଦନକାନନରେ ଥିବା ହାତୀ ଜୁଲି, କମଳା, ଗୌରୀ, ଚନ୍ଦନ, ହୀରା, ବାସନ୍ତି, ପ୍ରେମାକୁ ପିପିଲିର ସୁନ୍ଦର ଚାନ୍ଦୁଆରେ ସୁସଜ୍ଜିତ କରାଯାଇଛି । ଆଜି ପ୍ରାଣୀ ଉଦ୍ୟାନରେ ଏକ ସଭାର ଆୟୋଜନ କରାଯାଇଛି । ଏହି ଉତ୍ସବରେ ବିଭିନ୍ନ ସ୍କୁଲର ପିଲାମାନେ ଯୋଗ ଦେଇଛନ୍ତି । ତେବେ ଜଙ୍ଗଲ କ୍ଷେୟ ଯୋଗୁଁ ଜନବସତି ମୁହାଁ ହୋଇଛନ୍ତି ହାତୀପଲ । ଅନେକ ସମୟରେ ହାତୀପଲ ଫସଲ ଜମି ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛନ୍ତି ।

ଏମିତିକି ହାତୀ ଆକ୍ରମଣରେ ମଣିଷଙ୍କ ମୃତ୍ୟୁ ହେଉଥିବା ଖବର ସାମ୍ନାକୁ ଆସିଛି । କେତେକ ସ୍ଥାନରୁ ହାତୀ ମୃତ୍ୟୁର ଖବର ବି ଆସିଛି । ହାତୀଙ୍କ ଭିତରେ ଲଢେଇ ହେଉ ବା ବିଦ୍ୟୁତ ସଂସ୍ପର୍ଶରେ ଆସି ବହୁ ହାତୀଙ୍କ ମୃତ୍ୟୁ ହୋଇଛି । ତେବେ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ବାର୍ତା ଦିଆଯିବା ଉଦେଶ୍ୟରେ ଏହି ଦିବସକୁ ପାଳନ କରାଯାଉଛି । ହେଲେ ଜଗନ ହାତୀକୁ ପର୍ଯ୍ୟଟକମାନେ ଗତବର୍ଷ ପରି ଏବର୍ଷ ମଧ୍ୟ ଦେଖିବାରୁ ବଂଚିତ ହୋଇଛନ୍ତି । କାରଣ ଗତ ୨୦୧୬ମେ ୩୦ ତାରିଖରେ ଜଗନର ମୃତ୍ୟୁ ଘଟିଛି ।