‘ଆଜି ହେବ ନାହିଁ ରାତି’ ! ଜାଣନ୍ତୁ ସୋସିଆଲ୍ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହୋଇଥିବା ଏହି ଖବରଟିର ସତ୍ୟତା

99

ଅଗଷ୍ଟ ୧୨ ତଥା ଆଜି ହେବ ନାହିଁ ରାତି । ଏଭଳି ଚାଂଚଲ୍ୟକର ଖବର ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଖବର ଆସିଛି କି, ଆଜି ତଥା ୧୨ ଅଗଷ୍ଟରେ ରାତି ହେବ ନାହିଁ ଏବଂ ୨୪ ଘଂଟା ପୃଥିବୀ ଆଲୋକମୟ ଦେଖାଯିବ । ଅର୍ଥାତ୍ ଆଜି ରାତ୍ରି ସମୟରେ ବି ପୃଥିବୀ ଦିନ ଭଳି ଉଜ୍ଜଳ ଦେଖାଯିବ । ଏଥିସହିତ ଏହା ମଧ୍ୟ ଖବର ଭାଇରାଲ୍ ହେବାରେ ଲାଗିିଛି କି, ୯୬ ବର୍ଷର ଇତିହାସରେ ଏଭଳି ଚମତ୍କାର ପ୍ରଥମ ଥର ହେବାକୁ ଯାଉଛି ।

ବାରଣାସୀ, ଗୋରଖପୁର, ଆହ୍ଲାବାଦ ଏବଂ କାନପୁର ଭଳି ସହରମାନଙ୍କରେ ପ୍ରକାଶ ପାଇଥିବା ଖବରକାଗଜମାନଙ୍କର ପ୍ରଥମ ପୃଷ୍ଠାରେ ବଡ ବଡ ଅକ୍ଷରରେ ଲେଖା ଯାଇଛି ୯୬ ବର୍ଷରେ ପ୍ରଥମ ଥର ୧୨ ଅଗଷ୍ଟ ତଥା ଆଜି ରାତି ହେବ ନାହିଁ ବୋଲି । ଏଥିରରେ ପୁଣି ମଧ୍ୟ କୁହାଯାଇଛି କି, ବିଶ୍ୱର ସବୁଠାରୁ ବଡ ବୈଜ୍ଞାନିକ ଅନୁଷ୍ଠାନ ନାସା ଏହା ସୂଚିତ କରିଛି ଯେ, ଏଭଳି ଚମତ୍କାର ଦୁନିଆରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ବୋଲି । ସେହିପରି ଅନ୍ୟ ଏକ ଖବର ଲୋକଙ୍କୁ ଚକିତ କରିଦେବା ଭଳି ରହିଛି । ସେଥିରେ କୁହାଯାଇଛି କି, ଏହା ଅତ୍ୟନ୍ତ ଭୟାଙ୍କର ହୋଇପାରେ ବୋଲି ।

ଜାତୀୟ ଗଣମାଧ୍ୟମ ଏବିପି ନ୍ୟୁଜ୍ ଏହାର ଗବେଷଣା କରିଥିଲା ଏବଂ ଏସଂପର୍କରେ ଅନ୍ତରୀକ୍ଷ ବୈଜ୍ଞାନିକ ସିବି ଦେବଗଣଙ୍କ ସହ ଆଲୋଚନା ମଧ୍ୟ କରିଥିଲା । ତେବେ ସିବି ଦେବଗଣଙ୍କ ସୂଚନା ଅନୁସାରେ, ଅଗଷ୍ଟ ୧୨ ତାରିଖରେ ବା ଆଜି ଦିନରେ ଉଲକାପାତ ହେବ । ଯାହାକୁ ସାଧାରଣତଃ ଉଲକାପିଣ୍ଡ ବୋଲି କହିଥାଉଁ ଆଉ ନାସା ସୂଚିତ କରିଛି କି ୧୨ ତାରଖ ଦିନ ଏତିକି ସମୟରୁ ଏତିକି ସମୟ ମଧ୍ୟରେ ଏହି ଉଲକାପାତ ହେବ ବୋଲି  ।

ବୈଜ୍ଞାନିକଙ୍କ ମତରେ, ଏହି ଉଲକାପାତ କାଳରେ ୧ ଘଂଟା ମଧ୍ୟରେ ପାଖାପାଖି ୭୦ ରୁ ୮୦ ପାର୍ଟିକିଲ୍ ବା କଣିିକାମାନ ଖସୁଥିବାର ଦେଖିବାକୁ ମିଳିପାରେ । ଯାହାଦ୍ୱାରା ପୃଥିବୀ ଆଲୋକମୟ ଦେଖାଯିବ । ଯେଉଁ ସମୟରେ ଉଲକାପାତ ହେବ ସେହି ସମୟରେ ଭାରତରେ ରାତି ହେବ ନାହିଁ ଯାହା ପାଖାପାଖି ୧୦.୩୦ ସମୟ ହୋଇଥିବ । ତେବେ ଏହି ଉଲକାପାତ ଭାରତଠାରୁ ଏତେ ଦୂରରେ ରହିବକି ଆମେ ତାକୁ ଦେଖିପାରିବା ନାହିଁ । ପଶ୍ଚିମ ଦେଶମାନଙ୍କରେ ଏହି ଉଲକାପାତ ସଂପୂର୍ଣ୍ଣ ସ୍ପଷ୍ଟ ଭାବେ ନଜର ଆସିବ । ମାତ୍ର ଏହା କୌଣସି ଦେଶରେ କେତେ ଦେଖାଯିବା କିମ୍ବା ନ ଦେଖାଯିବା ତାହା ପୃଥିବୀର ସ୍ଥିତି ଉପରେ ନିର୍ଭର କରିଥାଏ ।

ସମସ୍ତ ଖବର ମିଥ୍ୟା

• ଉଲକାପାତ ଭାରତଠାରୁ ବହୁତ ଦୂରରେ ଘଟିବା କାରଣରୁ ଏହା ନଜର ଆସିବ ନାହିଁ । ଏଥିପାଇଁ ଭାରତରେ ରାତି ରେ ବି ଦିନ ଭଳି ଉଜ୍ୱଳ ଦେଖାଯିବାର କଥା ପୁରାପୁରି ମିଛ ଅଟେ ।

• ଉଲକାପାତ ପାଖାପାଖି ପ୍ରତି ମାସରେ ହୋଇଥାଏ କିନ୍ତୁ କେତେବେଳେ ଏହା ଦେଖାଯାଇଥାଏ ତ ପୁଣି କେତେବେଳେ ଦେଖାଯାଇନଥାଏ । ତେଣୁ ୯୬ ବର୍ଷରେ ପ୍ରଥମ ଥର ପାଇଁ ଏଭଳି ଘଙ୍କିଣା ଘଟିବା ଖବରଟି ସଂପୂର୍ଣ୍ଣ ମିଥ୍ୟା ଅଟେ ।

• ତେବେ ଉଲକାପାତ କିଛି ସମୟ ଯାଏଁ ହୋଇଥାଏ । କିନ୍ତୁ କେବଳ ୧ରୁ ୨ ଘଂଟା ପାଇଁ । ଯେତେବେଳେ ସବୁଠାରୁ ଚମକୁଥିବା କଣିବା ବା ପାର୍ଟିକିଲ ଖସିଥାଏ ସେତେବଳେ ଏହା ସ୍ପଷ୍ଟ ଭାବେ ଦେଖାଯାଇଥାଏ ଏବଂ ଏଥିରୁ ଆଲୋକ ମଧ୍ୟ ବାହାରି ଥାଏ ।

• ନାସା କେବଳ ସୂଚିତ କରିଛି କି, ୧୨ ଅଗଷ୍ଟ ତଥା ଆଜି ଉଲକାପାତ ହେବ ଏବଂ ଏତିକି ସମୟରେ ହେବ ବୋଲି । ମାତ୍ର ନାସା କେଉଁଠାରେ ବି ସୂଚନା ଦେଇନାହିଁ କି ଏହି ଚମକ୍ରାର ବିଶ୍ୱରେ ପ୍ରଥମ ଥର ପାଇଁ ହେଉଛି ବୋଲି ।  କାରଣ ପ୍ରତି ବର୍ଷ ଅଗଷ୍ଟ ମାସରେ ହିଁ ଉଲକାପାତ ହୋଇଥାଏ ।