ଆଜି ବିଶ୍ୱ ଅଣ୍ଡା ଦିବସ

175

କନକ ବ୍ୟୁରୋ : ଆଜି ବିଶ୍ୱ ଅଣ୍ଡା ଦିବସ । ଅଣ୍ଡା ପରି ଏକ ପୁଷ୍ଟିକର ଖାଦ୍ୟ ନେଇ ସଚେତନତା କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହୋଇ ଆସୁଛି । ପ୍ରତିବର୍ଷ ଅକ୍ଟୋବର ମାସ ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡାଦିବସ ଭାବେ ପାଳନ କରିବାକୁ ୧୯୯୬ରେ ଭଏନାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଅଣ୍ଡା କମିଶନ ସମ୍ମିଳନୀରେ ନିଷ୍ପତି ହୋଇଥିଲା ।

ଅଣ୍ଡା ବର୍ଷ ବର୍ଷ ଧରି ଆମ ଖାଦ୍ୟର ଏକ ଅଂଶ ହୋଇ ଆସିଛି । ସବୁଠୁ ଉନ୍ନତ ମାନର  ପୁଷ୍ଟିକର ଖାଦ୍ୟ ଅଣ୍ଡା ସୁଲଭ ମୂଲ୍ୟରେ ସମସ୍ତଙ୍କୁ ମିଳିପାରୁଛି । ଏହା ଅପ୍ରତିଦ୍ୱନ୍ଦ୍ୱୀ ଖାଦ୍ୟ ପଦାର୍ଥ । ବିଶ୍ୱ ଅଣ୍ଡା ଦିବସରେ ସାରା ପୃଥିବୀର ଲୋକେ ଅଣ୍ଡାର ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ଖାଇଥାନ୍ତି ।

ଅଣ୍ଡାର କେତେକ ଗୁଣ :

ଏଥିରେ ଅଧିକ କୋଲେଷ୍ଟେରଲ ଥିଲେ ବି ହାନୀକାରକ ନୁହେଁ । ଏହା ଛଡା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟଗୁଣ କୋଲିନ କେବଳ ଅଣ୍ଡାରୁ ମିଳେ । ହାନୀକାର କୋଲେଷ୍ଟେରଲଙ୍କ ଗୁଣକୁ ବଦଳାଇ ଅଣ୍ଡା ହୃଦଘାତର ସମ୍ଭାବନା କମ୍ କରାଇଥାଏ । ଏହା ଛଡା ଅଣ୍ଡା ଖାଇବା ଆଖି ପାଇଁ ଲାଭଦାୟକ ।

ଏଥିରେ ସଠିକ ଅନୁପାତରେ ଆମିନୋ ଏସିଡ ରହିବା ସହ ପୁଷ୍ଟିସାରର ଏହା ହେଉଛି ସବୁଠୁ ଭଲ ଉତ୍ସ । ଅଣ୍ଡା ଖାଇବା ଦ୍ୱାରା କମ୍ କ୍ୟାଲୋରି ଖାଦ୍ୟ ଖାଇବାକୁ ପଡେ ଏବଂ ଏହା ଓଜନ କମାଇବାରେ ସହାୟକ ହୁଏ । ସେଥିପାଇଁ  କୁହାଯାଏ ସଂଡେ ହୋ ୟା ମନଡେ, ରୋଜ୍ ଖାଓ ଅଂଡେ ।