ଅଳସୁଆଙ୍କ ପାଇଁ ଦିନଟିଏ : ଅବସାଦ ମୁକ୍ତ ରହିବା ପାଇଁ ଏହି ଦେଶ ପ୍ରତିବର୍ଷ ପାଳନ କରେ ‘ଆଳସ୍ୟ ଦିବସ’

36

ବ୍ୟସ୍ତ ବହୁଳ ଜୀବନରେ ଥକିବା ମନା । ହେଲେ ଏମିତି ଏକ ଦେଶ ଅଛି, ଯେଉଁଠି ଗୋଟିଏ ଦିନ ପାଇଁ ଲୋକ ଥକିପାରିବେ ଓ ପୁରା ଦିନ ଖଟିଆରେ ଶୋଇ ଆଳସ୍ୟରେ ହଜିଯାଇପାରିବେ । ଏହି ଦେଶ ହେଉଛି କୋଲୋମ୍ବିଆ । ଯେଉଁଠି ଲୋକମାନେ ଅବସାଦରୁ ଲଢ଼ିବା ପାଇଁ ପ୍ରତିବର୍ଷ ‘ଆଳସ୍ୟ ଦିବସ’ ପାଳନ କରନ୍ତି ।

କୋଲୋମ୍ବିଆର ହତାଗୁଇ ସହରର ଲୋକମାନେ ଗତ ରବିବାର ଦିନ ‘ୱାଲ୍ଡ ଲେଜିନେସ୍ ଡେ’ ପାଳନ କରିଛନ୍ତି । ଲୋକମାନେ ନିଜର ଗଦା, ଖଟିଆ ନେଇ ରାସ୍ତାରେ ଶୋଇଥିବା ଦେଖିବାକୁ ମିଳିଥିଲେ । ପୁରା ଦିନ ଆଳସ୍ୟରେ ବୁଡ଼ି ରହିବାର ଏହି ବିଶେଷ ଦିନ କିଛି ନୂଆ ନୁହେଁ ବରଂ ବର୍ଷ ୧୯୮୫ ଠାରୁ ପ୍ରତିବର୍ଷ ଏହାକୁ ପାଳନ କରାଯାଉଛି ।

କୋଲୋମ୍ବିଆର ଉତ୍ତର-ପଶ୍ଚିମ ସ୍ଥିତ ହତାଗୁଇ ସହରର ଜନସଂଖ୍ୟା ପାଖାପାଖି ୨ ଲକ୍ଷ । ଆଜକୁ ପ୍ରାୟ ୩୩ ବର୍ଷ ପୂର୍ବେ ଜଣେ ନିବାସୀ ମାରିଓ ମୋଂଟୋୟାଙ୍କ ମନକୁ ଏହି ବିଚାର ଆସିଲା କି ସହରର ଲୋକମାନଙ୍କ ପାଖରେ ଆରାମ ପାଇଁ ଗୋଟିଏ ଦିନ ରହିବା ଉଚିତ୍ । ଅଳସୁଆଙ୍କ ପାଇଁ ଏହି ଦିନରେ କିଛି ପ୍ରତିଯୋଗିତା ମଧ୍ୟ ହୁଏ- ଯେଉଁଥିରେ କାହା ପାଇଜାମା ସବୁଠାରୁ ଅଧିକ ଭଲ ଓ କିଏ ଶୀଘ୍ର ଖଟିଆରେ ପହଂଚିବ ।