ପୁରୀ ଗୁଣପୁର ପ୍ୟାସେଞ୍ଜର ଟ୍ରେନରୁ ମିଳିଲା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ : ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅବସ୍ଥାରେ ଉଦ୍ଧାର କଲା ଜିଆରପି

38

କନକ ବ୍ୟୁରୋ : ଟ୍ରେନ୍ ଭିତରେ ମୁଣ୍ଡବିହୀନ ମୃତଦେହ । ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହକୁ ଜବତ କରିଛି ଜିଆରପି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି । ସେପଟେ ମହିଳାଙ୍କ କଟାମୁଣ୍ଡକୁ ଡେଲାଙ୍ଗରୁ ଜବତ କରାଯାଇଛି । ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ତେବେ ମହିଳାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାର ତଦନ୍ତ ଜାରି ରଖିଛି ଜିଆରପି ।

ଅନ୍ୟପଟେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଲୁଙ୍ଗା ଗ୍ରାମରେ ରଜଭସାଣି ବେଳେ ଉତେଜନା ସୃଷ୍ଟି ହୋଇଛି । ଗାଁ ଦାଣ୍ଡ ମଝିରେ ଆଇଆଇସିକୁ ଗ୍ରାମବାସୀ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଲୋକଙ୍କ ମାଡରେ ଆଇଆଇସି ଗୁରୁତର ଆହତ ହୋଇଛନ୍ତି । ଉତ୍ୟକ୍ତ ଲୋକେ ପୋଲିସ ଗାଡି ଭଙ୍ଗାରୁଜା କରିଛନ୍ତି । ଏହି ଘଟଣାରେ ପୋଲିସ ୨୩ଜଣଙ୍କୁ ଗିରଫ କରିଛି । ପୂରା ଘଟଣା ଥିଲା କିଛି ଏହିପରି । ଗତକାଲି ରାତିରେ ଲୁଙ୍ଗା ଗ୍ରାମରେ ରଜଉତ୍ସବ ଠାକୁର ଭସାଣି ବେଳେ ସେହି ଗ୍ରାମର କ୍ଷିତିଶ ସେଠୀଙ୍କ ୭ବର୍ଷର ଝିଅ ଡିଜେ ଗାଡି ବାଜି ଆହତ ହୋଇଥିଲେ । ଏହାକୁ ନେଇ ଉତେଜନା ସୃଷ୍ଟି ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଚିଂଥିଲେ ବାସୁଦେବପୁର ଥାନା ଅଧିକାରୀ । ସେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଥିଲେ ।