ତାମିଲନାଡୁର ଅନୁକ୍ରିତୀ ଭାସ ହେଲେ ମିସ୍ ଇଣ୍ଡିଆ ୱର୍ଲ୍ଡ-୨୦୧୮: ଆୟୋଜିତ କାର୍ଯ୍ୟକ୍ରମରେ ପରଫର୍ମ କଲେ କରୀନା, ଜ୍ୟାକଲିନ୍ ଓ ମାଧୁରୀ
କନକ ବ୍ୟୁରୋ : ମୁମ୍ବାଇ ଠାରେ ଅନୁଷ୍ଠିତ ମିସ ଇଣ୍ଡିଆ ୱାଲର୍ଡ-୨୦୧୮ ପ୍ରତିଯୋଗିତାରେ ତାମିଲନାଡୁର ଅନୁକ୍ରିତୀ ଭାସ ବିଜୟୀ ହୋଇଛନ୍ତି । ସେ ୨୯ଜଣ ପ୍ରତିଯୋଗୀଙ୍କୁ ହରାଇ ଏହି ପ୍ରତିଯୋଗିତା ଜିତିଥିଲେ । ଏହି ପ୍ରତିଯୋଗିତାରେ ହରିଆଣାର ମୀନାକ୍ଷୀ ଚୌଧୁରୀ ପ୍ରଥମ ରନର୍ସ ଅପ ଏବଂ ଆନ୍ଧ୍ରପ୍ରଦେଶର ଶ୍ରେୟା ରାଓ ଦ୍ୱିତୀୟ ରନର୍ସ ଅପ ହୋଇଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ମାନୁଷି ଚିଲର, କରିନା କପୁର ଖାଁ, ଜାକଲିନ ଫର୍ଣ୍ଣାଡିଜ ଏବଂ ମାଧୁରୀ ଦୀକ୍ଷିତ ପ୍ରମୁଖ ଭାଗ ନେଇଥିଲେ । ଫେମିନା ମିସ ଇଣ୍ଡିଆ ମାନୁଷି ଚିଲର ପ୍ରତିଯୋଗୀମାନଙ୍କୁ ତାଙ୍କ ଅଭିଜ୍ଞତା ବାଂଟିଥିଲେ । ମୁମ୍ବାଇରେ ଏହି ବିଶାଳ ଅନୁଷ୍ଠାନର ଆୟୋଜନ କରିଥିଲେ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଏବଂ ଅଭିନେତା ଆୟୁଷ୍ମାନ କୁରାନା । ଏଥିରେ ମାଧୁରୀ ଦିକ୍ଷିତ୍, କରୀନା କପୁର ଏବଂ ଜାକ୍ୟୁଲିନ୍ ଫର୍ଣ୍ଣାଡେଜ୍ ଭଳି ତାରକା ନୃତ୍ୟ ପରିବେଷଣ କରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଅନୁଷ୍ଠାନ ଶେଷରେ ବିଜୟିନୀମାନଙ୍କୁ ୨୦୧୭ର ମିସ୍ ଓ୍ଵାର୍ଲ୍ଡ ମାନୁଷୀ ଚିଲ୍ଲାର, ୨୦୧୭ ମିସ୍ ୟୁନାଇଟେଡ୍ କଣ୍ଟିନେଣ୍ଟ୍ସ୍ ସାନା ଦୁଆ ଏବଂ ମିସ୍ ଇଣ୍ଟର୍କଣ୍ଟିନେଣ୍ଟାଲ୍ ୨୦୧୭ ପ୍ରିୟଙ୍କା କୁମାରୀ ଟାଇଟଲ୍ ଧାରିଣୀମାନଙ୍କୁ ମୁକୁଟ ପିନ୍ଧାଇ ଥିଲେ । ୧୯ ବର୍ଷୀୟ ବିଜୟିନୀ ଅନୁକୃତି ଓ୍ଵାସ୍ ତାମିଲ୍ନାଡୁ ବାସିନୀ ଏବଂ ସେ ଲୟଲା କଲେଜ୍ରେ ଫ୍ରେଞ୍ଚ୍ରେ ସ୍ନାତକ କରୁଛନ୍ତି । ମଡେଲିଙ୍ଗ୍ ଏବଂ ଅଭିନୟରେ ତାଙ୍କର ଆଗ୍ରହ ରହିଛି । ପୂର୍ବରୁ ସେ ୩୦ ଜଣ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ସମ୍ମାନଜନକ ଏଫ୍ବିବି କଲର୍ସ ଫେମିନା ମିସ୍ ତାମିଲ୍ନାଡୁ ମୁକୁଟ ହାସଲ କରିଥିଲେ । ଆନ୍ତର୍ଜାତିକ ସୁନ୍ଦରୀ ପ୍ରତିଯୋଗିତାରେ ଓ୍ଵାସ୍ ଭାରତର ପ୍ରତିନିଧିତ୍ୱ କରିବେ ।