ବିଜେପି ଉପରେ ଜବରଦସ୍ତ ଆକ୍ରମଣ କଲେ ମମତା ବାନାର୍ଜୀ । କହିଲେ, ପଶ୍ଚିମବଙ୍ଗକୁ ଗୁଜୁରାଟ କରିବା ପାଇଁ ଚାହୁଁଛି ବିଜେପି

ପଶ୍ଚିମବଙ୍ଗରେ ଥମିବାରେ ନା ନେଉ ନାହିଁ ରାଜନୈତିକ ବୟାନ ବାଜି

388
କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଥମିବାରେ ନା ନେଉ ନାହିଁ ରାଜନୈତିକ ବୟାନ ବାଜି । ପ୍ରତ୍ୟେକ ଦିନ କେଉଁ ସ୍ଥାନରେ ନା କେଉଁ ସ୍ଥାନରେ ହିଂସା ଦେଖାଯାଉଛି । ଯାହାକୁ ନେଇ ସାରା ଦେଶରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ପୁଣି ଥରେ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଛନ୍ତି । ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କୁ ଆକ୍ଷେପ କରି ବଙ୍ଗାଲକୁ ଗୁଜୁରାଟ କରିବା ପାଇଁ ଇଚ୍ଛା ରଖିଛି ବିଜେପି ବୋଲି ମମତା ଅଭିଯୋଗ କରିଛନ୍ତି । କିନ୍ତୁ ବଙ୍ଗାଲ ଗୁଜୁରାଟ ନୁହେଁ ବୋଲି ସେ କହିଛନ୍ତି । ଏହାସହ ମଙ୍ଗଳବାର ଦିନ ଇଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ମୂର୍ତୀର ମଧ୍ୟ ଉନ୍ମୋଚନ କରିଛନ୍ତି । ମମତା କହିଛନ୍ତି ଯେ, ମୁଁ ରାଜ୍ୟପାଳଙ୍କୁ ସମ୍ମାନ କରୁଛି ।  ହେଲେ ପ୍ରତ୍ୟେକ ସରକାରୀ ପଦପଦବୀର ଏକ ସାମ୍ବିଧାନିକ  ସୀମା ରହିଛି । ତେଣୁ ତାହାକୁ ନଜରରେ ରଖି କାମ କରିବାର ଆବଶ୍ୟକ ବୋଲି ମମତା କହିଛନ୍ତି ।
source : moneycontrol.com

ସେପଟେ ମମତା ପୁଣି ଅଭିଯୋଗ କରିଛନ୍ତି ଯେ,  ପଶ୍ଚିମବଙ୍ଗକୁ ବଦନାମ କରିବା ପାଇଁ ଚେଷ୍ଟା କରାଯାଉଛି । ଯଦି ପଶ୍ଚିମବଙ୍ଗକୁ ବଞ୍ଚାଇବା ପାଇଁ ଇଚ୍ଛା ରଖିଛନ୍ତି ତେବେ ଆମ ସହ ମିଶନ୍ତୁ ଓ ଏକାଠୀ କାମ କରିବାକୁ ଆହ୍ୱନ ଦେଇଛନ୍ତି ମମତା । ମମତା ଏତିକିରେ ଚୁପ ହୋଇନାହାନ୍ତି ବରଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ,ସେ ଜାଣିଶୁଣି ଇଶ୍ୱରଚନ୍ଦ୍ରଙ୍କର ମୂର୍ତୀ ଭାଙ୍ଗିଛନ୍ତି । ପୂର୍ବରୁ ଏପରି କାଣ୍ଡ କରି ବର୍ତମାନ ସମୟରେ ସେ କେନ୍ଦ୍ରରେ ଗୃହମନ୍ତ୍ରୀ ଅଛନ୍ତି । ହେଲେ ଆମେ ସତ୍ୟର ସାଥୀରେ ରହିଛୁ । ଟିଏମସି ୩୪ ବର୍ଷ ପରେ ଶାସନ କ୍ଷମତାକୁ ଆସିଲା । ହେଲେ ଆମେ କେବେ ବି ଲେନିନଙ୍କ ମୂର୍ତୀ ଭାଙ୍ଗିନାହୁଁ ।

ସେ କିଏ ମୂର୍ତୀ ଭାଙ୍ଗିଛନ୍ତି ତାଙ୍କୁ ଭଲଭାବରେ ଜଣା । ମତେ ଜେଲ ଯିବାକୁ ଡର ନାହିଁ କି କୌଣସି ରାଜନୈତିକ ଆକ୍ରୋଶକୁ ମଧ୍ୟ ଡର ନାହିଁ । ମୁଁ ଗୁଜୁରାଟକୁ ନାପସନ୍ଦ କରୁନାହିଁ ହେଲେ ଦଙ୍ଗାକାରୀଙ୍କୁ ପସନ୍ଦ କରେ ନାହିଁ ବୋଲି ସଫା ସଫା ମମତା କହିଛନ୍ତି । ତେବେ ନିର୍ବାଚନ ସମୟରୁ ହିଁ ଜାତୀୟ ଗଣମାଧ୍ୟମରେ ମମତାଙ୍କୁ ନେଇ ବେଶ ଚର୍ଚ୍ଚା ଧରିଛି । ଏପରିକି ପ୍ରତ୍ୟେକ ଦିନ କୌଣସି ନା କୌଣସି ସ୍ଥାନରେ ହିଂସା ଦେଖିବାକୁ ମିଳୁଛି । ତେବେ କେବେ ଏହାର ସ୍ଥାୟୀ ସମାଧାନ ହେବ ତାହା ଉପରେ ରହିଛି ନଜର ।