ରାଷ୍ଟ୍ରପତିଙ୍କୁ ଭେଟିଲେ, ‘ଫୋନି’ କଥା କହିଲେ । ରାଇସିନା ହିଲରେ ରାଷ୍ଟ୍ରପତି-ମୁଖ୍ୟମନ୍ତ୍ରୀ ହାତମିଳାମିଳି ।

115

କନକ ବ୍ୟୁରୋ: ୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଇ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି କୋବିନ୍ଦଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନା ମୁତାବକ, ସାକ୍ଷାତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ତାଣ୍ଡବ ରଚିଯାଇଥିବା ବାତ୍ୟା ‘ଫୋନି’ ଜନିତ କ୍ଷୟକ୍ଷତି ସଂପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ରାଜ୍ୟ ସରକାର ଫୋନି ମୁକାବିଲା ଲାଗି ଦେଇଥିବା ପଦକ୍ଷେପ ସଂପର୍କରେ ମଧ୍ୟ ସୂଚିତ କରିଥିଲେ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ବାତ୍ୟା ‘ଫୋନି’ରେ କ୍ଷୟକ୍ଷତି ହୋଇଥିବା ଓଡ଼ିଶାକୁ କ୍ଷତିପୂରଣ ଦାବି କରିଥିଲେ । ୫୦୦୦କୋଟି ସହାୟତା ଲାଗି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଏହି ଆଲୋଚନା ପ୍ରାୟ ୨୦ ମିନିଟ ଧରି ଚାଲିଥିଲା ଯେଉଁଥିରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଲାଗି ମଧ୍ୟ ଦାବି ଜଣାଇଛନ୍ତି ନବୀନ ।