କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି କାରିଗର ପରିବାର : ତନ୍ତଶାଳରେ ଖତ ଖାଉଛି ଲୁଗାବୁଣା ସାମଗ୍ରୀ

40

କନକ ବ୍ୟୁରୋ : ଓଡିଶାର କାରୁକାର୍ଯ୍ୟ ଓ କଳା ସଂସ୍କୃତିକୁ ପିଢୀ ପରେ ପିଢୀ ଆଦରି ଥିବା କାରିଗର ଏବେ ଜୀବନ ଦୋଛକିରେ ପଡିଛନ୍ତି । କୌଳିକ ବୃତ୍ତିକୁ ଆଦରିଲେ ପେଟ ପୁରୁନଥିବାରୁ ପୂର୍ବପୁରୁଷର ବୃତ୍ତି ଛାଡି ଅନ୍ୟ କାମ ଖୋଜୁଛନ୍ତି କାରିଗର । ଯଦି କେହି ବି କୌଳିକ ବୃତ୍ତିକୁ ଛାଡି ପାରୁନାହାନ୍ତି ତେବେ ସେମାନେ କଷ୍ଟ ପାଉଥିବା କହିଛନ୍ତି ।

କୁଳ ବେଉସାକୁ ଆଦରି ବସିଲେ ପେଟ ପୁରୁନଥିବା କୁହନ୍ତି କାରିଗର । ପୁରୀ ଡେଲାଙ୍ଗ ବ୍ଲକ ଘୋରଡିଆ ଘନିପୁରରେ ୧୫୦ରୁ ଅଧିକ ବୁଣାକାର ପରିବାର ବସବାସ କରନ୍ତି । ପୂର୍ବରୁ ଏହି ବୁଣାକାର ପରିବାର ଲୁଗା, ଗାମୁଛା ବିଭିନ୍ନ ପ୍ରକାର ବସ୍ତ୍ର ବୁଣି ପେଟ ପୋଶୁଥିଲେ । ହେଲେ କୌଳିକ ବୃତ୍ତିକୁ ଆଦରି ବସିଲେ ପେଟ ପୁରୁନଥିବାରୁ ଏବେ ୭୦ରୁ ଅଧିକ କାରଗିର ପରିବାର ବୁଣାବୁଣି ବନ୍ଦ କରିଦେଇଛନ୍ତି । ଫଳରେ ତନ୍ତଶାଳରେ ଥିବା ବୁଣିବା ଉପକରଣ ଖତ ଖାଉଛି ।

ଗାଁରେ ଥିବା ତନ୍ତୁବାୟ ସହଯୋଗ ସମିତି ପୂର୍ବରୁ ବୁଣାକାର ପରିବାରକୁ ସୁବିଧା ସୁଯୋଗ ଯୋଗାଉଥିଲା । ହେଲେ ୨୫ ବର୍ଷ ହେଲା ଏହି ସମବାୟ ସମିତିଟି ବନ୍ଦ ହୋଇଯାଇଛି । ଫଳରେ ବୁଣାକାର ପରିବାର ବହୁ ଅସୁବିଧା ଭୋଗୁଥିବା ବେଳେ ସରକାରଙ୍କ ତରଫକୁ କୌଣସି ପ୍ରୋ୍ତ୍ସାହନ ମିଳୁନାହିଁ । ତେଣୁ କାରିଗର ପରିବାର କୁଳ ବେଉସାକୁ ଛାଡୁଥିବା କହିଛନ୍ତି । ସେପଟେ ବୁଣାକାରଙ୍କ ସମସ୍ୟାକୁ ନେଇ କଣ କହୁଛନ୍ତି ପ୍ରଶାସନିକ ଅଧିକାରୀ ଶୁଣନ୍ତୁ ।

ବର୍ତ୍ତମାନ ବୁଣାକାରମାନେ ବୁଣାବୁଣି କରିବା ପାଇଁ ସୂତା, ରଙ୍ଗ, ବାନ୍ଧ ଓ ଅନ୍ୟାନ ସାମଗ୍ରୀ ନୟାଗଡ ଓ ସାରୁଆରୁ କିଣୁଛନ୍ତି । ଏବଂ ବୁଣୁଥିବା ଲୁଗା ଅନ୍ୟାନ ବସ୍ତ୍ରକୁ ଭୁବନେଶ୍ୱର, ପୁରୀ ଓ କଟକରେ ବିକ୍ରି କରୁଛନ୍ତି । ଅନ୍ୟ ସ୍ଥାନକୁ ରପ୍ତାନୀ ପାଇଁ ବ୍ୟବସ୍ଥା ନଥିବାରୁ ବୁଣାକାରଙ୍କ ସାମଗ୍ରୀ କମ୍ ଦରରେ ବିକ୍ରି କରୁଥିବା କହିଛନ୍ତି ।