ଯାଜପୁର ରେଞ୍ଜରଙ୍କୁ ଖୋଜୁଛି କଳିଙ୍ଗନଗର ପୁଲିସ ! ଦିବାକର ପଣ୍ଡାଙ୍କ ବିରୋଧରେ ଗିରଫ ପରୱାନା ଜାରି

40

କନକ ବ୍ୟୁରୋ : ରେଞ୍ଜରଙ୍କ ବିରୋଧରେ ଗିରଫ ପରୱାନା ଜାରି । ଯାଜପୁର ଜିଲ୍ଲାର ପୂର୍ବତନ ରେଞ୍ଜର ଦିବାକର ପଣ୍ଡାଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛିା ଯାଜପୁର ଦାନଗଦୀ ତହସିଲଦାର ରେଂଜରଙ୍କ ବିରୋଧରେ ଏହି ଗିରଫ ପରୱାନା ଜାରି କରିଛନ୍ତି । । ସରକାରୀ ଜମି ଜବରଦଖଲ କରି ବେଆଇନ ଘର ନିର୍ମାଣ କରିବା ଅଭିଯୋଗରେ ଫରେଷ୍ଟ ରେଞ୍ଜରଙ୍କ ବିରୋଧରେ ଏହି ଗିରଫ ପରୱାନା ଜାରି କରାଯାଇଛି ।

ଦିବାକରଙ୍କୁ ଗିରଫ କରିବା ପାଇଁ କଳିଙ୍ଗନଗର ଥାନା ପୁଲିସକୁ ଦାୟିତ୍ୱ ଦିଆଯାଇଛି । ଦାନଗଦୀ ତହସିଲ ଅଧିନରେ ଥିବା ଶହ ଶହ ଏକର ସରକାରୀ ଜମିକୁ ହାତେଇ ନେଇଛନ୍ତି କିଛି ମୁଷ୍ଟିମେୟ ବ୍ୟକ୍ତି । ତେବେ ସରକାରୀ ଜମି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାର ପ୍ରାଥମିକ ପର୍ଯ୍ୟାୟରେ ବ୍ଳକ ପ୍ରଶାସନ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-