ପୁରୀ ସଦଭାବନା ଗୃହରେ ରଥଯାତ୍ରା ପ୍ରସ୍ତୁତି ! ରଥ ନିର୍ମାଣ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ

37

କନକ ବ୍ୟୁରୋ : ରଥଯାତ୍ରା ପ୍ରସ୍ତୁତି । ରଥଯାତ୍ରା ପାଇଁ ପୁରୀ ସଦଭାବନା ଗୃହରେ ବସିଥିବା ପ୍ରଥମ ସମନ୍ୱୟ କମିଟି ବୈଠକ ଶେଷ ହୋଇଛି । ଆରଡିସି ଏବି.ଓତାଙ୍କ ଅଧ୍ୟକ୍ଷତାରେ ବୈଠକରେ ଶୃଙ୍ଖଳିତ ରଥଯାତ୍ରା ନେଇ ଆଲୋଚନା କରାଯାଇଛି । କେନ୍ଦ୍ରାଂଚଳ ଆରକ୍ଷୀ ମହାନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ. ଏସପି ସାର୍ଥକ ଷଡଙ୍ଗୀ, ଜିଲ୍ଲାର ବରିଷ୍ଠ ଅଧିକାରୀ ଓ ସେବାୟତ ଉପସ୍ଥିତ ରହି ରଥଯାତ୍ରା ସମୟରେ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟାର କିଭଳି ସମାଧାନ କରାଯାଇ ପାରିବ ସେନେଇ ଆଲୋଚନା କରିଛନ୍ତି ।

ଶ୍ରୀଜିଉଙ୍କ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ସାମଗମକୁ ନଜରରେ ରଖି ସ୍ୱାସ୍ଥ୍ୟ, ପରିମଳ, ଗମାନଗମନ, ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହାସହ ମହାପ୍ରଭୁଙ୍କ ତିନି ରଥ ନିର୍ମାଣ କାମ ଉପରେ ମଧ୍ୟ ଜୋର ଦେଇଛି ପ୍ରଶାସନ । ତେବେ ଆଜିର ବୈଠକରେ ସେବାୟତଙ୍କ ଉପସ୍ଥିତି ନେଇ ସନ୍ଦେହ ଥିବା ବେଳେ ପ୍ରଥମ ସମନ୍ୱୟ ବୈଠକରେ ବରିଷ୍ଠ ସେବାୟତ ସାମିଲ ଥିବା ଦେଖିବାକୁ ମିଳିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-