ଫାଶୀ ଦଣ୍ଡାଦେଶ ପରେ କାହିଁକି କଲମ ଭାଙ୍ଗନ୍ତି ବିଚାରପତି ! ଜାଣନ୍ତୁ ଏହାର କାରଣ

154

ଫାଶୀ ଦଣ୍ଡ ଦୁନିଆର ସବୁଠାରୁ ବଡା ସଜ୍ଜା ଯାହା କୌଣସି ସାଧାରଣ ଅପରାଧୀକୁ ଦିଆଯାଇନଥାଏ । ଯେବେ ବି କୌଣସି ଦୋଷୀକୁ ବିଚାରପତି ଫାଶୀ ଦଣ୍ଡ ଶୁଣାଇଥାନ୍ତି ତା ପରେ ହିଁ ସେହି ଜଜ୍ ନିଜ କଲମ ଭାଙ୍ଗି ଦେଇଥାନ୍ତି । ସିଧାସଳଖ ନଦେଖିଥିଲେ ମଧ୍ୟ ଆପଣ ଅନେକ ସିନେମାରେ ଏପରି ଦେଖିଥିବେ । କିନ୍ତୁ କଣ ଆପଣ ଏହା ପଛର କାରଣ ଜାଣିଛନ୍ତି ।

ଫାଶୀ ଦଣ୍ଡ ଶୁଣାଇବା ପରେ କଲମ ଭାଙ୍ଗିବା ପ୍ରଥା ଆଜି ନୁହେଁ ବରଂ ଇଂଗ୍ରେଜ୍ ଜମାନାରୁ ଚାଲିଆସିଛି । ଯେତେବେଳ ଭାରତରେ ବ୍ରିଟିଶ୍ ହୁକୁମ୍ ଚାଲୁଥିଲା ସେତେବେଳେ ବି ସେତେବେଳେ ବି ସଜ୍ଜା ଶୁଣାଇବା ପରେ କଲମ ଭଙ୍ଗା ଯାଉଥିଲା । ଏବେ ଆପଣ ଭାବୁଥିବେ ସଜ୍ଜା ସହ କଲମର ସଂପର୍କ କଣ । ଯେମିତି କଲମରେ ଲେଖା ଯାଇଥିବା କଥା କେହି ଲିଭାଇପାରନ୍ତିନି ସେମିତି କୋର୍ଟ ଦ୍ୱାରା ଦିଅଯାଇଥିବା ସଜ୍ଜାକୁ କେହି ରୋକି ପାରନ୍ତିନି । ଏବେ ଜାଣନ୍ତୁ କାହିଁ ସଜ୍ଜା ଶୁଣାଇବା ପରେ ବିଚାରପତି କଲମକୁ ଭାଙ୍ଗି ଦେଇଥାନ୍ତି ।

ପ୍ରଥମ କାରଣ ହେଲା ଯେଉଁ କଲମରେ ଅପରାଧୀକୁ ଫାଶୀ ସଜ୍ଜା ଶୁଣାଯାଇଥାଏ ଦ୍ୱିତୀୟ ଥର ସେହି କଲମରେ ଯେମିତି ଆଉ କାହାକୁ ସଜ୍ଜା ନମିଳୁ । ଦିତୀୟ କାରଣ ହେଉଛି ଫାଶୀ ଦଣ୍ଡ ପରେ ଜଣଙ୍କ ଜୀବନର ପରିସମାପ୍ତି ହୋଇଥାଏ । ତେଣୁ ଗୋଟିଏ ଜୀବନ ଶେଷ ହେବା କାରଣରୁ ଉକ୍ତ କଲମଟିକୁ ଜଜ୍ ଭାଙ୍ଗି ଦେଇଥାନ୍ତି । ଯାହାଦ୍ୱାରା ମଣିଷ ସହ ଉକ୍ତ କଲମର ମଧ୍ୟ ଅନ୍ତ ହୋଇଯିବ । ଅନ୍ୟ ଏକ କାରଣ ହେଉଛି କଲମଟି କାହାର ଜୀବନ ନେଇଥିବାରୁ ନିଜର ପାୟଶ୍ଚିତ ପାଇଁ ଜକ୍ସଙ୍କ ଦ୍ୱାରା କଲମର ନିବକୁ ଭାଙ୍ଗି ଦିଆଯାଇଥାଏ ।

ଏହା ସହ ଦେଖନ୍ତୁ କଳିଯୁଗ କୃଷ୍ଣ ! କ୍ଷୀର ନୁହେଁ ଚା’ ପିଉଛନ୍ତି ଲଡୁ ଗୋପାଳଙ୍କ ପ୍ରତିମୂର୍ତ୍ତି