ପାସପୋର୍ଟ ତିଆରି ବେଳେ ବାଧ୍ୟତାମୂଳକ ହେବ ନାହିଁ ଜନ୍ମ ପ୍ରମାଣପତ୍ର: ଭିକେ ସିଂହ

46

ନୂଆଦିଲ୍ଲୀ: ଏଣିକି ପାସପୋର୍ଟ ତିଆରି ପାଇଁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ଆପଣଙ୍କୁ । କାରଣ ଏଥିପାଇଁ ନୂଆ ଏବଂ ସହଜ ନିୟମ ପ୍ରଣୟନ କରିଛନ୍ତି କେନ୍ଦ୍ର ସରକାର । ପାସପୋର୍ଟ ତିଆରି ପାଇଁ ଆବଶ୍ୟକ ହେଉଥିବା ଜନ୍ମ ପ୍ରମାଣପତ୍ର ପୈଠ କରିବା ବାଧ୍ୟତାମୂଳକ ନୁହେଁ ବୋଲି ଘୋଷଣା କରିଛନ୍ତି ।

ଏଥିସହ ସାଧୁ-ସନ୍ୟାସୀ ମଧ୍ୟ ପାସପୋର୍ଟ ତିଆରି କରିପାରିବେ ଆଉ ସେଥିରେ ବାପା-ମାଆଙ୍କ ନାଁ ସ୍ଥାନରେ ନିଜର ଆରାଧ୍ୟ ଗୁରୁଙ୍କ ନାମ ଉଲ୍ଲେଖ କରିପାରିବେ । ମାତ୍ର ସେମାନଙ୍କୁ ଭୋଟର ପ୍ରମାଣପତ୍ର ଅଥବା ଆଧାରକାର୍ଡ ଆବେଦନ ଫର୍ମ ସହିତ ଦାଖଲ କରିବାକୁ ପଡିବ ।

ପାସପୋର୍ଟ ପାଇଁ ଆବେଦନ ପତ୍ର ଦେବା ସମୟରେ ଜନ୍ମ ତାରିଖ ପ୍ରମାଣ ପାଇଁ ଟ୍ରାନ୍ସଫର ସାର୍ଟିଫିକେଟ୍, ସ୍କୁଲ ଲିଭିଙ୍ଗ୍ ଓ ଦଶମ ଶ୍ରେଣୀ ସାର୍ଟିଫିକେଟ୍ ଏବଂ ପ୍ୟାନ କାର୍ଡ କିମ୍ବା ଆଧାର କାର୍ଡ ମଧ୍ୟରୁ କୌଣସି ବି ଗୋଟିଏ ପୈଠ କରିପାରିବେ ବୋଲି ବିଦେଶ ମନ୍ତ୍ରୀ ଭିକେ ସିଂହ କହିଛନ୍ତି ।

ଏହା ବ୍ୟତúତ,

• ଜନ୍ମଗତ ପ୍ରମାଣପତ୍ର ପାଇଁ ସର୍ଭିସ ରେକର୍ଡର ନକଲ
• ଡ୍ରାଇଭିଂଗ ଲାଇସେନସ
• ନିର୍ବାଚନ ପରିଚୟ ପତ୍ର
• ଇ-ଆଧାରକାର୍ଡ (ଯେଉଁଥିରେ ଜନ୍ମ ତାରିଖ ଲେଖା ଯାଇଥିବ)
• ଏଲଆଇସି ପଲିସି ବଣ୍ଡର ନକଲ ମଧ୍ୟ ଦେଇପାରିବେ ।
• ଆବେଦନ ଫର୍ମରେ ଆବେଦନକାରୀଙ୍କ ନିଜ ବାପା-ମାଆଙ୍କ ନାମ ସ୍ଥାନରେ ଯେକୌଣସି ଜଣଙ୍କର ନାମ ଦେଇପାରିବେ
• ବିବାହିତଙ୍କୁ ବିବାହର ପ୍ରମାଣପତ୍ର ଜମା କରିବାକୁ ପଡିବ ନାହିଁ
• ଛାଡପତ୍ର ନେଇଥିବା ବ୍ୟକ୍ତି ଅତୀତର ଜୀବନସାଥୀଙ୍କ ନାମ ଲେଖିବା ଆବଶ୍ୟକ ନହେଁ ।

ଏହି ନୂଆ ନିୟମକୁ ଆହୁରି ସହଜ କରାଯିବା ସହ ବିଭନ୍ନ ବିଭାଗ ଅଥବା ମନ୍ତ୍ରାଳୟରୁ ଏନଓସି ନଥିବା ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟ ନୂଆ ବ୍ୟବସ୍ଥା କରାଯାଇଛିି ବୋଲି ସିଂହ କହିଛନ୍ତି ।