ମାଷ୍ଟରଙ୍କ ରାଜପ୍ରସାଦ! ଭିଜିଲାନ୍ସ ଜାଲରେ ଗଞ୍ଜାମର କୋଟିପତି ପ୍ରଧାନଶିକ୍ଷକ

26

କନକ ବ୍ୟୁରୋ : ପଦ ଛୋଟ ହେଲେ ଟଙ୍କା ଅଧିକ । କୁବେର ସମ୍ପତି । କୋଟି କୋଟି ଟଙ୍କା, ରାଜପ୍ରସାଦ ଭଳି ଘର । ଏଭଳି ଅମାପ ସମ୍ପତିର ଅଧିକାରୀ ଦୁଇ ସରକାରୀ କର୍ମୀଙ୍କୁ ଘେରିଛି ଭିଜିଲାନ୍ସ । ଜଣେ ସୋନପୁରର ଗ୍ରାମ କୃଷି କର୍ମଚାରୀ, ଅନ୍ୟ ଜଣେ ଗଞ୍ଜାମର ପ୍ରଧାନଶିକ୍ଷକ ।

vigilance raidମାଧବ ତ୍ରିପାଠୀ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲ୍ଲୀ ବ୍ଲକର ଗ୍ରାମ ସେବକ । ମାସିକ ଦରମା ପାଖାପାଖି କୋଡିଏ ହଜାର ଟଙ୍କା ହେବ । ହେଲେ କୋଡିଏ ହଜାର ଟଙ୍କା ଦରମା ପାଉଥିବା ମାଧବଙ୍କ ସଂପତ୍ତିର ମୂଲ୍ୟ ୧ କୋଟି ୪ଲକ୍ଷ ୭୫ହଜାର ୯୪୪ଟଙ୍କା ହିସାବ କରିଛି ଭିଜିଲାନ୍ସ । ବ୍ଲକରେ କାମ କରୁଥିବା ଗ୍ରାମସେବକଙ୍କ ଘର ଜିଲ୍ଲାପାଳଙ୍କ ବାସଭବନଠାରୁ ବଡ । ୧ଲକ୍ଷ ୭୮ହଜାର ଟଙ୍କାର ସୁନା ଅଳଙ୍କାର, ଦାମୀ କାର, ଦୁଇଟି ଟ୍ରାକ୍ଟର, ବୋଲେରୋ, ଥ୍ରେସର ଓ ଦୁଇଟି ବାଇକ୍ ବି ରହିଛି ମାଧବଙ୍କ ନାଁରେ । ପ୍ରଶ୍ନ ଉଠୁଛି, ଚାକିରୀର ୨୦ ବର୍ଷ ଭିତରେ ମାଧବ କିପରି ହେଲେ କୋଟିପତି?

vlcsnap-2016-11-17-20h19m21s694ସେହିପରି ବ୍ରହ୍ମପୁର ଭାବନଗରର ଏହି ହାଇପ୍ରୋଫାଇଲ ବିଲଡିଂ ହେଉଛି ଜଣେ ପ୍ରଧାନଶିକ୍ଷକଙ୍କ ବାସଭବନ । ଦିଲ୍ଲୀପ ଆଚାର୍ଯ୍ୟ, ଗଞ୍ଜାମ ଜିଲ୍ଲା ସେରଗଡ ବ୍ଲକ ଦରବାଗଣ୍ଡା ଉଚ୍ଚ ପ୍ରାଥମିକ ସ୍କୁଲରେ ପ୍ରଧାନଶିକ୍ଷକ । ସାରଙ୍କ ଯେ କେବଳ ଏହି ଗୋଟାଏ ଘର ନାହିଁ । ଗାନ୍ଧୀନଗର ସମେତ ୪ଟି ସ୍ଥାନରେ ବି ରହିଛି ସାରଙ୍କ ଘର । ଭିଜିଲାନସ୍ ଚଢାଉରୁ ମିଳିଥିବା ସୂଚନାରୁ, କର୍ମଚାରୀଙ୍କ ପଦୋନ୍ନତି ଓ ବଦଳିରୁ ଦିଲ୍ଲୀପ ଅନୈତିକ ଭାବେ କରିଛନ୍ତି ବିପୁଳ ଅର୍ଥ ଠୁଳ ।

ଦେଶରେ ଚାଲିଛି କଳାଧନ ରୋକିବାକୁ ସର୍ଜିକାଲ ଷ୍ଟ୍ରାଇକ୍ । ଅନୈତିକ ଉପାୟରେ ଅର୍ଥ ରୋଜଗାର କରିଥିବା ବଡ ବାବୁଙ୍କ ନିଦ ହଜିଯାଇଛି । ହେଲେ ଏହାର ଆଳରେ ଯେପରି ମାଧବ ଓ ଦିଲ୍ଲୀପଙ୍କ ପରି କୋଟିପତି ଛୋଟ ସାପ ଖସି ନ ଯାଆନ୍ତି, ସେ ନେଇ ବିଶେଷ ଦୃଷ୍ଟି ଦେବାକୁ ହେବ ।