ଆୟ ବହିର୍ଭୂତ ସମ୍ପତି ଠାବ ପାଇଁ ଭିଜିଲାନ୍ସର ତନାଘନା: ଖାଦ୍ୟ ଯୋଗାଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକଙ୍କ ବାସଭବନରୁ ମିଳିଲା ସୁନା କୁଲା

37

କନକ ବ୍ୟୁରୋ : ଆୟ ବହିର୍ଭୂତ ସମ୍ପତିକୁ ଠାବ ପାଇଁ ରାଜ୍ୟରେ ଭିଜିଲାନ୍ସର ଛାନଭିନ୍ । ଆଜି ଏକକାଳୀନ ୩ଟି ସ୍ଥାନରେ ଛାପା ମାରିଛି ଭିଜିଲାନ୍ସ ଟିମ୍ । ଖାଦ୍ୟ ଯୋଗାଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ନରେନ୍ଦ୍ର କୁମାର ରାଉତଙ୍କ ବାଲେଶ୍ୱର ସୋର ସ୍ଥିତ ବାସଭବନରେ ରେଡ କରିଛି ଭିଜିଲାନ୍ସ । ତେବେ ଏହି ଚଢାଉ ସମୟରେ ପ୍ରାୟ କୋଟିଏରୁ ଅଧିକ ଟଙ୍କାର ଆୟ ବହିର୍ଭୁତ ସମ୍ପତି ଠାବ ହୋଇଥିବା ବେଳେ ତାଙ୍କ ଘରୁ ମିଳିଛି ଏକ ସୁନାର କୁଲା । ସେପଟେ ନବରଙ୍ଗପୁରରେ ସିରିସି ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ସୁରେନ୍ଦ୍ର ଦୀପଙ୍କ ଘରେ ବି ଭିଜିଲାନ୍ସ ଚଢାଉ କରିଛି । ସେହିଭଳି ଗଂଜାମ ଜିଲ୍ଲା କେଶପୁରର ଜଣେ ଶିକ୍ଷୟିତ୍ରୀଙ୍କ ବାସଭବନରେ ରେଡ କରାଯାଉଛି ।

ଦେଖନ୍ତୁ ଏହି ଭିଡିଓ :