ସେକ୍ସ ସିଡି ବିବାଦ : ମେୟର ଅନନ୍ତ ନାରାୟଣ ଜେନାଙ୍କ ନାଁରେ ଏତଲା ଦେଲା ରାଜ୍ୟ ମହିଳା କଂଗ୍ରେସ

46

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ମେୟର ଅନନ୍ତ ନାରାୟଣ ଜେନାଙ୍କ ନାଁରେ ଏତଲା ଦେଇଛି ରାଜ୍ୟ ମହିଳା କଂଗ୍ରେସ । ଏନେଇ କ୍ୟାପିଟାଲ ଥାନାରେ ଏତଲା ଦିଆଯିବା ସହ ମେୟରଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି । ଘଟଣାର ନିରପେକ୍ଷ ଭାବେ ତଦନ୍ତ କରିବାକୁ ମଧ୍ୟ ଦାବି କରିଛି ରାଜ୍ୟ ମହିଳା କଂଗ୍ରେସ ।

ମେୟରଙ୍କ ବିରୋଧରେ ଆସିଥିବା ଯୈାନ କେଳେଙ୍କାରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି । ମାଆକୁ ସମ୍ମାନ କଥା କହୁଥିବା ବିଜେଡିର ମୁଖ୍ୟ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ କାହିଁକି ଚୁପ୍ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –