ନିଆରା କାର୍ଯ୍ୟକ୍ରମ : ବନ୍ଦେ ମାତରମ୍ ଗାଇ ବିଶ୍ୱ ରେକର୍ଡ କଲେ ୪୫ହଜାର ଛାତ୍ରଛାତ୍ରୀ !

58

କର୍ଣ୍ଣାଟକର ଉଡୁପିରେ ଏକ ନିଆରା ରେକର୍ଡ ଦେଖିବାକୁ ମିଳିଛି । ମେଲ୍ପ ବିଚ୍ ରେ ପାଖାପାଖି ୪୫୦୦ଛାତ୍ରଛାତ୍ରୀ ଶନିବାର ଦିନ ନୂଆ ବିଶ୍ୱ ରେକର୍ଡ ତିଆରି କରିଛନ୍ତି । ଏହି ସବୁ ଛାତ୍ରଛାତ୍ରୀ ‘ସେଭ୍ ନେଚର ଫର୍ ଫ୍ୟୁଚର’ ର ବ୍ୟାଚ୍ ପିନ୍ଧିଥିଲେ । ଏବଂ ସମୁଦ୍ରର ଲହଡି ମଧ୍ୟରୁ ଉଠୁଥିବା ଶବ୍ଦ ମଝିରେ ପାଖାପାଖି ୫ମିନିଟ୍ ଯାଏ ବନ୍ଦେ ମାତରଂ ଗାଇଥିଲେ । ଏହାକୁ ଏବେ ଗୋଲ୍ଡ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସାମିଲ କରାଯାଇଛି । ଏହି ପ୍ରକ୍ରିିୟାରେ ୨୩ ଟି କଲେଜର ଛାତ୍ରଛାତ୍ରୀ ସାମିଲ୍ ଥିଲେ ।

ସ୍ୱାମୀ ବିବେକାନନ୍ଦଙ୍କର ୧୫୫ତମ ଜୟନ୍ତୀରେ ସାୱେଦନା ଫାଉଣ୍ଡେସନ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ । ଏହି ସମୟରେ କେ.ସୁରେଖା , ରବିନ୍ଦ୍ର ପ୍ରଭୁ , ସୁରେଖା ହେଗଡେ, ସୁହାନା ସୈୟଦ , ଯଶବନ୍ତ , ଜଗଦୀଶ ପୁଟ୍ଟରୁ , ବୈଷ୍ଣବୀ ମଣିପାଳ , ରାଜେଶ , ରାଜେଶ ଶ୍ୟାନୁଭାଗ , ନିଖିଲ ତାବରୋଙ୍କ ଭଳି ରାଜ୍ୟ ସ୍ତରର ଗାୟକମାନେ ଓ ୨୨ଜଣ ଅନ୍ୟ ସିଙ୍ଗର ଅଂଶ ଗ୍ରହଣ କରିଥିଲେ ।

ଗୋଲ୍ଡ ବୁକ୍ ଅଫ୍ ୱର୍ଲ୍ଡ ରେକର୍ଡ ଦିଲ୍ଲୀର ମୁଖ୍ୟ ଆୟୋଜକ ସନ୍ତୋଷ ଅଗ୍ରୱାଲ ଉଡ୍ଡୁପୀ ସାୱେଦନା ଫାଉଣ୍ଡେସନକୁ ପ୍ରମାଣପତ୍ର ଦେଇଥିଲେ । କାର୍ଯ୍ୟକ୍ରମରେ ଆନ୍ଧ୍ର ପ୍ରଦେଶ ଶାରା ରେଡିଅଂସ ସୋସାଇଟି ତରଫରୁ ଓ ୭୫୦ ଫୁଟ୍ ଲମ୍ବା ଓ ୯ଫୁଟ ଚଉଡା ରାଷ୍ଟ୍ରୀୟ ପତାକା ଉତ୍ତୋଳନ କରାଯାଇଥିଲା । କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ଡ. ଜି ଶଙ୍କର ।

(ସୌଜନ୍ୟ- ନବଭାରତ ଟାଇମ୍ସ)