ପିଲାକୁ ସ୍ତନ୍ୟପାନ କରାଇବାକୁ ଜାଗା ଖୋଜୁଥିଲା ମାଆ । ପୁଲିସ୍ ଯୋଗାଇଦେଲା ପିସିଆର ଭ୍ୟାନ୍

46

ସୋସିଆଲ ମିଡିଆରେ କିଛି ଦିନ ହେଲା ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯାହାକି ଦିଲ୍ଲୀ ପୁଲିସର ବୋଲି ଜଣାପଡିଛି । ତେବେ ଏହି ଫଟୋରେ ଜଣେ ମହିଳା ପୁଲିସ୍ ଭ୍ୟାନରେ ବସିଥିବାର ନଜର ଆସିଛନ୍ତି । ଯେବେକି ଦୁଇ ପୁଲିସ୍ ଅଧିକାରୀ ତାଙ୍କୁ ଭ୍ୟାନ ବାହାରେ ଜଗି ରହିଛନ୍ତି ।

ସୂଚନା ମୁତାବକ, ଭ୍ୟାନରେ ବସିଥିବା ଏହି ମହିଳା ଜଣକ ନିଜ ପରିବାର ସହିତ ଇଣ୍ଡିଆ ଗେଟ୍ ବୁଲିବାକୁ ଆସିଥିଲେ । ଏହି ସମୟରେ ସେ ତାଙ୍କର ପିଲାକୁ କ୍ଷୀର ପିଆଇବା ପାଇଁ ଏକ ସୁରକ୍ଷିତ ସ୍ଥାନ ଖୋଜିଥିଲେ ମାତ୍ର ଦୀର୍ଘ ସମୟ ଧରି ମହିଳା ଜଣକ ଏଣେ ତେଣେ ଖୋଜିଥିଲେ ମଧ୍ୟ ତାଙ୍କୁ ସେଭଳି କୌଣସି ସୁରକ୍ଷିତ ସ୍ଥାନ ମିଳିନଥିଲା  । ଶେଷରେ ସେ ବାଧ୍ୟ ହୋଇ ସେଠାରେ ଠିଆ ହୋଇଥିବା ପୁଲିସ୍ ଅଧିକାରୀଙ୍କୁ ନିଜର ଭୋକିଲା ଶିଶୁକୁ ସ୍ତନ୍ୟପାନ କରାଇବାକୁ ପୁଲିସ୍ ଭ୍ୟାନରେ କିଛି ସମୟ ପାଇଁ ବସାଇବାକୁ ଆକୁଳ ନିବେଦନ କରିଥିଲେ ।

ମହିଳାଙ୍କ କଥା ଶୁଣିବା ମାତ୍ରକେ ପୁଲିସ୍ ତିଳେମାତ୍ର ବିଳମ୍ବ ନକରି ସଙ୍ଗେ ସଙ୍ଗେ ତାଙ୍କୁ ଭ୍ୟାନରେ ବସାଇଦେଇଥିଲେ । ଏହାପରେ ମହିଳା ଜଣକ ଶିଶୁକୁ ସ୍ତନ୍ୟପାନ କରାଇଥିଲେ । ଯାହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ।