ଖରା ଦିନରେ ଯାତ୍ରୀଙ୍କ ଆଶ୍ୱସ୍ତି ପାଇଁ ଯୋଗୀ ସରକାରଙ୍କ ଉପହାର ! ରାଜ୍ୟ ସଡକ ପରିବହନ ନିଗମରେ ସାମିଲ ହେଲା ୨୭ଟି ଲକଜୁରୀ ବସ

21

କନକ ବ୍ୟୁରୋ : ଖରା ଦିନରେ ଯାତ୍ରୀଙ୍କୁ ଆଶ୍ୱସ୍ତି ଦେବା ପାଇଁ ଯୋଗୀ ସରକାରଙ୍କ ଉପହାର । ଉତ୍ତରପ୍ରଦେଶ ରାଜ୍ୟ ସଡକ ପରିବହନ ନିଗମରେ ସାମିଲ ହେଲା ୨୭ଟି ଲକଜୁରୀ ବସ । ଗତକାଲି ଏହି ବସସେବାର ଶୁଭାରମ୍ଭ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୨୭ଟି ବସ ମଧ୍ୟରେ ରହିଛି ୪ଟି ଭଲବୋ ଓ ୧୫ଟି ଏସି ଜନରଥ ବସ ।

ଶୁଭାରମ୍ଭ କରିବା ପରେ ବସରେ କିଛି ସମୟ ଯାତ୍ରା କରିଥିଲେ ମୁଖ୍ୟମନ୍ତ୍ରୀ । ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଗ୍ରା ଗସ୍ତ କରିଥିଲେ । ଆଗ୍ରାରେ ଯୋଗୀ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଏହା ଆଦିତ୍ୟନାଥଙ୍କ ପ୍ରଥମ ଆଗ୍ରା ଗସ୍ତ ।