କୁମ୍ଭମେଳା ସାହାରାରେ ନିର୍ବାଚନୀ ବୈତରଣୀ ପାରି ହେବାକୁ ବିଜେପିର ରଣନୀତି ! ବିଜେପି ଚାଣକ୍ୟ ଅମିତ୍ ଶାହା କଲେ ପୂଜାର୍ଚ୍ଚନା ।

32

୨୦୧୯ ସାଧାରଣ ନିର୍ବାଚନରେ ବାଜିମାତ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ଯାହାକୁ ନେଇ କେତେବେଳେ ଜନ ସମ୍ପର୍କ ସମର୍ଥନ ଅଭିଯାନ ତ ଆଉ କେତେବେଳେ ବିରୋଧିଙ୍କ ମେଣ୍ଟକୁ ଭାଙ୍ଗିବାକୁ ଯୋଜନା କରୁଥିବା ନଜୀର ଦେଖିବାକୁ ମିଳୁଛି । କିନ୍ତୁ ବିଜେପିକୁ ୨୦୧୯ରେ ପୁଣି କ୍ଷମତାକୁ ଆସିବାକୁ ହେଲେ ମଠ ମନ୍ଦିର ସାହା ବୋଲି ଜଣାପଡିଛି । କାରଣ ବିଜେପିକୁ ବିରୋଧି ସମ୍ପ୍ରଦାୟୀକ ବିଶୃଙ୍ଖଳା ଦଳ ଭାବେ ଟାର୍ଗେଟ କରିଆସୁଛି । ଅନ୍ୟପଟେ ବିଜେପିକୁ ଏବେ ମଠ ମନ୍ଦିର ସାହା ବୋଲି ଖୋଦ ବିଜେପି ଚାଣକ୍ୟ ଅମିତ ଶାହାଙ୍କ କାର୍ଯ୍ୟକଳାପରୁ ଦେଖିବାକୁ ମିଳିଛି । ଘଟଣାଟି ହେଉଛି ଆଲ୍ହାବାଦର କୁମ୍ଭ ମେଳା ଠାରେ ଅମିତ ଶାହା ସାଧୁ ସନ୍ଥମାନଙ୍କ ସାହାରାରେ ପୂଜାର୍ଚ୍ଚନା କରିଛନ୍ତି ।

କେବଳ ଏତିକି ନୁହେଁ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବିଜେପିକୁ ଏବେ ଜଜ୍ଞ ପାଠ ଉପରେ ଆସ୍ଥା ପ୍ରକଟ କରିବାକୁ ପଡିଛି । ଯେଉଥି ପାଇଁ ବିଜେପି ରଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମୁଣ୍ଡରେ ତିଳକ ଓ ଅବିର ଲଗାଇ ପୁଜାର୍ଚ୍ଚନା କରୁଥିବା ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ବିଜେପି ଚାଣକ୍ୟଙ୍କୁ ଭଳ ଭାବେ ଜଣା ଅଛି କେଉଁ ରଣନୀତି ଦ୍ୱାରା ବିଜୟକୁ ହାସଲ କରାଯାଇ ପାରିବ । ସେଥିପାଇଁ ଦେଶରେ ହିନ୍ଦୁତ୍ୱର ପ୍ରସାର ପ୍ରଚାର କରିବା ପାଇଁ କୁମ୍ଭମେଳାର ସହାୟତା ନେଇଛନ୍ତି । ଅମିତ ଶାହାଙ୍କ ରଣନୀତି ସଫଳ ହେବା ପାଇଁ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ଗ୍ରାମବାସିଙ୍କୁ ଏହି ମେଳାକୁ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି ।