ବାଲେଶ୍ୱର: ଭୋଗରାଇ ବ୍ଲକ ଅଡ଼ଙ୍ଗ ପନ୍ଥେଇ ଗାଁରେ ବ୍ୟାପିଲା ଅଜଣା ରୋଗର ଆତଙ୍କ

34

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅଡ଼ଙ୍ଗ ପନ୍ଥେଇ ଗାଁରେ ବ୍ୟାପୁଛି ଅଜଣା ରୋଗ ଆତଙ୍କ । ଚାରିମାସ ଭିତରେ ଏହି ଅଜଣା ରୋଗରେ ଅନେକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପ୍ରଥମେ ଜର ହେବା ସହ ଦେହ ହାତ ଯନ୍ତ୍ରଣା ହେଉଛି, ଏଥିପାଇଁ ଔଷଧ ଖାଇଲେ ମଧ୍ୟ ଭଲ ହେଉ ନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ତେବେ ଏବେ ବି ଅନେକ ଲୋକ ଏହି ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି । ଦୀର୍ଘ ଦିନ ଧରି ଏହି ରୋଗରେ ଗାଁଲୋକ ଅକ୍ରାନ୍ତ ହେଉଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପାଖରେ ଏନେଇ କୌଣସି ଖବର ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ ।