ରାଜନୀତିରେ ଗାୟତ୍ରୀ ! ବିଜେଡି ବିଧାୟକଙ୍କ ପଂଚାୟତ ପେଂଚରେ ରୋଚକ ମୋଡ

51

କନକ ବ୍ୟୁରୋ : ରୋଚକ ମୋଡରେ ପହଂଚିଲା କେନ୍ଦ୍ରାପଡା ନାମାଙ୍କନ ପ୍ରତ୍ୟାହାର ରାଜନୀତି । ଚଂଚକତା କରି ବିଜେଡି ବିଧାୟକ, ଦୁଇ ଦଳିତ ମହିଳା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଥିବା ଅଭିଯୋଗ ହୋଇଥିଲା । ସେମାନଙ୍କ ମଧ୍ୟରୁ ଗାୟତ୍ରୀଙ୍କ ସ୍ୱାମୀ କହି ଜଣେ ବ୍ୟକ୍ତି ଆଜି ଜିଲା ପ୍ରଶାସନ ପାଖରେ ଫେରାଦ ହୋଇଥିଲେ । ଆଉ କହିଥିଲେ କଂଗ୍ରେସର ଚାପରେ ପଡି ପତ୍ନୀ ମିଛ କହିଥିଲେ । ସେ ନିଜ ଇଛାରେ ପ୍ରାର୍ଥିପତ୍ର କରିଛନ୍ତି । ଯଦିଓ ଜିଲ୍ଲା ପ୍ରଶାସନ ଏହି ଦରଖାସ୍ତକୁ ବିଶ୍ୱାସ କରିନି. ହେଲେ ଏହାକୁ ନେଇ ସସପେନ୍ସ ଆରମ୍ଭ ହୋଇଯାଇଛି ।

ତେବେ କୁଆଡେ ଗଲେ ଦଳିତ ମହିଳା ପ୍ରାର୍ଥୀ ଗାୟତ୍ରୀ ସେଠୀ । ଯିଏ ରାଜନୀତିରେ ଚକ୍ରବ୍ୟୁହରେ ପଡି ଘାଂଟିଚକଟି ହେଉଛନ୍ତି । ଯଦି ଆଜିର ଘଟଣାକ୍ରମ ସତ, ତେବେ କାହା ଚାପ ପଡିଛି ତାଙ୍କ ଉପରେ । କଂଗ୍ରେସ ଚାପ ପକାଇ ତାଙ୍କୁ ମିଛ କହିବାକୁ ବାଧ୍ୟ କରିଥିଲା ନା ବିଜେଡି ଚାପରେ ପଡି ସେ ନିଜେ ବୟାନ ବଦଳାଇବାକୁ ଚେଷ୍ଟା କରୁଛନ୍ତି । ହୁଏତ ଏ ଉତ୍ତର କେବଳ ସେ ହିଁ ଦେଇ ପାରିବେ । ହେଲେ ଅଚିହ୍ନା ବ୍ୟକ୍ତିଙ୍କ ଦରଖାସ୍ତ ଏବେ କଂଗ୍ରେସର ଭୂମିକାକୁ ଅଡୁଆରେ ପକାଇଛି ।

ପତ୍ନୀଙ୍କୁ ନିଦ୍ୱନ୍ଦରେ ନିର୍ବାଚିତ କରିବାକୁ ଦୁଇ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ପତ୍ୟାହାର କରାିନେଇଥିଲେ । ଏମିତ ଏକ ସାଂଘାତିକ ଅଭିଯୋଗ ଆସିଥିଲା କେନ୍ଦ୍ରାପଡାର ବିଜେଡି ବିଧାୟକ କିଶୋର ତରାଇଙ୍କ ନାଁରେ । ନିର୍ବାଚନ କମିଶନ ସଂପୃକ୍ତ ବିଡିଓଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେବା ଓ ଫଳ ଘୋଷଣା ପରେ ପତ୍ନୀ ଇସ୍ତଫା ଦେବା ନେଇ ବିଧାୟକ ପ୍ରତିଶୃତି ଦେଇଥିଲେ । ହେଲେ ଏବେ ଅଜଣା ଦରଖାସ୍ତ ଘଟଣାକୁ ନୂଆ ମୋଡ ଦେଇଛି ।