ବିଜେପିରୁ ଟିକେଟ୍ ନେଇଥିଲେ, ବିଜେଡିରେ ମିଶିଲେ । ‘ପଦ୍ମ’ ଛାଡି ‘ଶଂଖ’ ଧରିଲେ କାକଟପୁରର ଟାଣୁଆ ସଂଗଠକ । ସବୁଜ ଶିବିରରେ ତୁରଷାକାନ୍ତି ବେହେରା
କନକ ବ୍ୟୁରୋ: ୨୦୧୯ ନିର୍ବାଚନ ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ‘ପଦ୍ମ’ ଶିବିରରୁ ଗୋଟିଏ ପରେ ଗୋଟିଏ ଟାଣୁଆ ନେତା ବାହାରିବାରେ ଲାଗିଛନ୍ତି । ନିକଟରେ ଆନନ୍ଦପୁରର ବିଜେପି ବିଧାୟକ ପ୍ରାର୍ଥୀ ଦଳ ଛାଡି ବିଜେଡିରେ ସାମିଲ ହେବା ପରେ ପରେ ଆଜି ବିଜେପିର ଆଉ ଜଣେ ଟାଣୁଆ ନେତା ଗେରୁଆ ଦଳ ସହ ସବୁଦିନ ପାଇଁ ସଂପର୍କ ଛିନ୍ନ କରି ବିଜେଡିରେ ସାମିଲ ହୋଇଛନ୍ତି । ବିଜେପିର କାକଟପୁରର ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରା ଆଜି ବିଜେଡିରେ ମିଶିଛନ୍ତି । ନବୀନ ନିବାସ ଆସି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ‘ଶଂଖ’ ଧରିଛନ୍ତି ତୁଷାର ଏବଂ ତାଙ୍କର ସମର୍ଥକ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ବିଜେଡିରେ ସାମିଲ ହେବା ପରେ ତୁଷାରକାନ୍ତି ବେହେରା କହିଛନ୍ତି, ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶଳୀରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି । ତାଙ୍କ ପରି ଉଚ୍ଚଶିକ୍ଷିତ ଯୁବପୀଢି ବିଜେଡିରେ ସାମିଲ ହେବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।
ବଡ କଥା ହେଲା ନିର୍ବାଚନ ବେଳେ ନେତାଙ୍କ ଦଳ ଛାଡିବା ଏକ ସାଧାରଣ କଥା । କିନ୍ତୁ ବିଜେପିଠାରେ ଏହାର ଭିନ୍ନ ବ୍ୟତିକ୍ରମ ଦେଖିବାକୁ ମିଳୁଛି । କାରଣ ବିଜେପିରେ ଟିକେଟ ପାଇ ସୁଦ୍ଧା ନେତାମାନେ ନାମାଙ୍କନ ଭରିବା ପୂର୍ବରୁ ହିଁ ଦଳ ଛାଡି ଦେଇ ଅନ୍ୟ ଦଳରେ ସାମିଲ ହୋଇଯାଉଛନ୍ତି । ନିକଟରେ ବରଗଡ ବିଜେପି ବରିଷ୍ଠ ନେତା ସୁବାସ ଚୌହାନ ସାଂସଦ ଟିକେଟ ପାଇବା ସତ୍ୱେ ବି ତାକୁ ପ୍ରତ୍ୟାଖ୍ୟାନ କରି ଗେରୁଆ ଦଳ ସହ ସବୁ ସଂପର୍କ ଛିନ୍ନ କରିଦେଇଥିଲେ ଏବଂ ନିଜର ଦଳ ବଳ ଧରି ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ଶଂଖ ଧରିଥିଲେ ।