ଭବାନୀପାଟଣାରେ କଂଗ୍ରେସ ଉପରେ ବର୍ଷିଲେ ମୋଦି ! କେନ୍ଦ୍ର ସରକାରଙ୍କ ସଫଳତା ବଖାଣିବା ସହ ଭୋଟ ମାଗିଲେ ପ୍ରଧାନମନ୍ତ୍ରୀ

146

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର କୃଷ୍ଣନଗର ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗ ଦେଇ ଉଦବୋଧନ ଦେଇଛନ୍ତି । ଆଉ ତା’ପୂର୍ବରୁ ସମ୍ବଲପୁରୀ ଭାଷାରେ ସମସ୍ତଙ୍କୁ ଜୁହାର ବୋଲି କହିଥିଲେ । ‘ଆପଣମାନେ କେନ୍ତା ଅଛନ୍’ କହି ଭବାନୀପାଟଣାରେ ଅଭିଭାଷଣ ଆରମ୍ଭ କଲେ ମୋଦି । ମୋଦି କହିଛନ୍ତି ବିଗତ ପାଂଚ ବର୍ଷରେ ଗୋଟିଏ ବି ଛୁଟି ନନେଇ ଯେତିକି କାମ କରିବା କଥା କରିଛି । ଦେଶର ଉନ୍ନତି ପାଇଁ ଯଥାସମ୍ଭବ ଚେଷ୍ଟା କରିଛି । ପରିବର୍ତ୍ତନ ଦିଗରେ ଆଗକୁ ବଢ଼ିଛି ଦେଶ । ପୁରା ଭାରତବାସୀଙ୍କ ସହଯୋଗ ହେତୁ ଏସବୁ ସମ୍ଭବ ହୋଇଛି । ଦେଶର ପରିବର୍ତ୍ତନ ପାଇଁ ଦେଶର ସମସ୍ତ ନାଗରିକଙ୍କୁ ଶ୍ରେୟ ଦେଇଛନ୍ତି ପ୍ରଧାନମନ୍ତୀ ।

ଓଡ଼ିଶା ଜନତା ଦେଶର ଚୌକିଦାର ପାଇଁ ଅନେକ ସମର୍ଥନ କରିଛନ୍ତି । ବିଜେପି ସରକାରରେ ଓଡ଼ିଶାରେ ୮ ଲକ୍ଷ ଗରିବ ପରିବାରଙ୍କୁ ପକ୍କା ଘର ମିଳିଛି । ଓଡ଼ିଶାରେ ୨୪ ଲକ୍ଷ ଘରକୁ ମାଗଣା ବିଜୁଳି ଯୋଗାଇ ଦିଆଯାଇଛି । ୩ ହଜାର ଗାଁକୁ ପ୍ରଥମ ଥର ପାଇଁ ବିଜୁଳି ସଂଯୋଗ ହୋଇଛି । ଓଡ଼ିଶାର ୪୦ ଲକ୍ଷ ଗରିବ ଭଉଣୀ ଉଜ୍ଳଳା ଯୋଜନା ଦ୍ୱୋରା ଉପକୃତ ହୋଇଛନ୍ତି ଚୁଲି ଫୁଙ୍କିବାରୁ ମା’ଉଭଣୀମାନେ ତ୍ରାହି ପାଇଛନ୍ତି । ପାଖାପାଖି ୧ କୋଟି ୪୦ ଲକ୍ଷ ଲୋକଙ୍କ ବ୍ୟାଙ୍କ ଖାତା ଖୋଲାଗଲା । ଓଡ଼ିଶରେ୫୦ ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି । ମା ଭଉଣୀଙ୍କୁ ଇଜ୍ଜତ ଘର ଦିଆଯାଇଛି । କଳାଧନ ଉପରେ ରୋକ ଲାଗିଛି । ଗରିବଙ୍କୁ ସେମାନଙ୍କ ହକ ମିଳିଛି । ହେଲେ ଏସବୁ ମୋଦି ପାଇଁ ନୁହେଁ ଆପଣଙ୍କ ଭୋଟ ପାଇଁ ଏସବୁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଜନତାଙ୍କ ଭୋଟ ଯୋଗୁଁ ଗରିବଙ୍କ ମନରେ ଆଶା, ବିଶ୍ୱାସ ସୃଷ୍ଟି କରିଛି । ହେଲେ ଏଥିରେ ମୋଦି କିଛି କରିନାନ୍ତି । ଜନତାଙ୍କ ଭୋଟ ହିଁ ସବୁଠାରୁ ଅଧିକ ଗୁରୁତ୍ୱ ବହନ କରୁଛି କରୁଛି ବୋଲି କହିଛନ୍ତି ମୋଦି । କଂଗ୍ରେସ ସରକାର ଅମଳରେ ଆଦିବାସୀ ମନ୍ତ୍ରାଳୟ ହୋଇନଥିଲା । କିନ୍ତୁ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଏହାକୁ ଗଠନ କରିଥିଲେ  । ସ୍ୱତନ୍ତ୍ର ବଜେଟ ଉପସ୍ଥାପନ ହେଲା । କେନ୍ଦ୍ର ସରକାର ମତ୍ସଜୀବୀ ପାଇଁ ନୂଆ ମନ୍ତ୍ରାଳୟ ମଧ୍ୟ କରିଛନ୍ତି, ଯାହା ଆଗରୁ ହୋଇପାରି ନଥିଲା । ପାଂଚ ବର୍ଷ ପୂର୍ବରୁ ୧୦ ଟି ଫସଲ ଉପରେ ଏମଏସପି ମିଳୁଥିଲା, ଆଉ ଏବେ ୫୦ ଟି ଫସଲ ଉପରେ ଏମଏସପି ଦେଇଛନ୍ତି ସରକାର । ଜନଜାତି ପିଲାଙ୍କ ପାଇଁ ତିଆରି ହୋଇଛି ଏକଲବ୍ୟ ସ୍କୁଲ ଖୋଲାଯାଇଛି । ଅଧିକ ପିଲାଙ୍କୁ ବୃତ୍ତି ପାଇବା ପାଇଁ ନୂଆ ନିୟମ କରାଯାଇଛି ।

ବିଜେପି ସରକାରରେ ନକ୍ସଲ କ୍ଷେତ୍ର କମିବାରେ ଲାଗିଛି । ଏହା ବ୍ୟତୀତ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ମୋଦି । କଂଗ୍ରେସ ଓ ରାଜ୍ୟ ସରକାର ଓଡ଼ିଶାକୁ ଗରିବ କରିଛନ୍ତି ବୋଲି କହିଛନ୍ତି । ଗରିବଙ୍କ ସହ ବିଶ୍ୱାସଘାତକତା କରିଛନ୍ତି । ଫଳରେ ଅନେକ ଦାନା ମାଝୀଙ୍କୁ ଆମ୍ବୁଲାନ୍ସ ମିଳିନାହିଁ । ଅନେକ ଲୋକଙ୍କୁ ଘର ପରିବାର ଛାଡି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ପଡୁଛି । ଓଡିଶାର ବିକାଶରେ ବାଧା ପହଁଚିଛି । କେନ୍ଦ୍ରକୁ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି । ବିଜେଡି ସରକାର ଗରିବଙ୍କ ସହ କୃଷକଙ୍କ ଶତ୍ରୁ ମଧ୍ୟ ଅଟନ୍ତି । ପିଏମ କିଷାନ ନିଧୀ ଯୋଜନାକୁ ରାଜ୍ୟ ସରକାର ଲାଗୁ କରୁନାହାନ୍ତି । ତାଲିକା ପ୍ରଦାନ କରୁନାହାନ୍ତି । ଚଳିତ ନିର୍ବାଚନରେ ଓଡ଼ିଶା ନୂଆ ଇତିହାସ ରଚିବ ଓଡ଼ିଶା । ୟୁପି ଓ ତ୍ରିପୁରା ଫଳାଫଳ କଥା ଦୋହରାଇଲେ ପ୍ରଧାନମନ୍ତ୍ରୀ । କେନ୍ଦ୍ରକୁ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି । କେନ୍ଦ୍ର ସରକାରଙ୍କ ଯୋଜନା ପାଇଁ ଦେଶରେ ଗରିବ କମ ହୋଇଛି । ଓଡିଶାରେ ବିଜେପି ସରକାର ଆସିଲେ ଗରିବଙ୍କ ସ୍ଥିତିରେ ପରିବର୍ତନ ହେବ ବୋଲି ମୋଦି କହିଛନ୍ତି ।  ଓଡ଼ିଶାକୁ ଡବଲ ଇଞ୍ଜିନ ଦରକାର କହି ଭୋଟ ମାଗିଲେ ମୋଦି ।