କନକ ବ୍ୟୁରୋ: ଚଳିତ ନିର୍ବାଚନ ନେଇ ବିଜେଡି ସୁପ୍ରିମୋଙ୍କ ବୟାନ । ପ୍ରତି ନିର୍ବାଚନ ସର୍ବଦା ଗୁରୁତ୍ୱପୂର୍ଣ୍ଣ ବହନ କରିଥାଏ । ୨୦୧୪ ତୁଳନାରେ ୨୦୧୯ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ । କିନ୍ତୁ ପ୍ରତି ନିର୍ବାଚନ ଭଳି ଏଥର ମଧ୍ୟ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ଓଡ଼ିଶାରେ ୪ଟି ପର୍ଯ୍ୟାୟ ନିର୍ବାଚନ ହେବାକୁଥିବାବେଳେ ବିଜେଡି ସୁପ୍ରିମୋଙ୍କ ଏଭଳି ଦମ୍ଭୋକ୍ତି ବିରୋଧୀ ଶିବିରରେ ଛନାକ ଭରିଛି ବୋଲି ଚର୍ଚ୍ଚା ଜୋର ଧରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ଚଳିତ ନିର୍ବାଚନରେ ବିଜୟ ହାସଲ ପାଇଁ ବିଭିନ୍ନ ରାଜନୈତକ ଦଳ ବଳ କଷୁଥିବାବେଳେ ରାଜ୍ୟ ରାଜନୀତିର ପ୍ରମୁଖ ବିରୋଧୀ ବିଜେପି କେନ୍ଦ୍ରରେଥିବା ଶୀର୍ଷ ନେତାମାନଙ୍କୁ ଆଣି ଭୋଟ ହାତେଇବାକୁ ରଣନୀତି କରୁଛି । ଯେଉଁଥି ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ୍ ଶାହା ମାରାଥନ ଓଡ଼ିଶା ଗସ୍ତ କରୁଛନ୍ତି । କିନ୍ତୁ ଏହାକୁ ହାଲୁକା ଢ଼ଙ୍ଗରେ ନେଇ ନବୀନ କହିଛନ୍ତି ଯେ, ଏହା ନିର୍ବାଚନୀ ସମୟରେ ହୁଏ ଏଥିରେ କୌଣସି ନୂତନତା ନାହିଁ । ଏହାର ପ୍ରଭାବ ବିଜେଡି ଉପରେ ପଡ଼ିବ ନାହିଁ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ।