ଫିଲ୍ମି ଫ୍ରାଇଡେରେ ରିଲିଜ ହେଉଛି ‘ତୁହ୍ମାରୀ ସୁଲୁ’ ଓ ‘ଅକ୍ସର-ଟୁ’ ! ‘ତୁହ୍ମାରୀ ସୁଲୁ’ରେ ରେଡିଓ ଜକି ଭୁମିକାରେ ନଜର ଆସିବେ ବିଦ୍ୟା

47

ଆଜି ବଡ଼ପରଦାକୁ ଆସୁଛି ସିନେମା ‘ତୁହ୍ମାରୀ ସୁଲୁ’ । ଏଥିରେ ମୁଖ୍ୟ ଭୁମିକାରେ ବଲିଉଡ଼୍ ଅଭିନେତା ବିଦ୍ୟା ବାଲାନ ଅଭିନୟ କରିଥିବାବେଳେ ମାନବ କୌଲ୍ ଓ ନେହା ଧୂପିଆ ବି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । କମେଡି ଓ ଡ୍ରାମା ଭିତ୍ତିକ ଏହି ସିନେମାରେ ବିଦ୍ୟାଙ୍କୁ ରେଡିଓ ଜକି ଭୂମିକାରେ ଦେଖିବାକୁ ମିଳିବ । ସାଧାରଣ ଗୃହିଣୀ କିଭଳି ରେଡିଓରେ ନିଜ ମନର କଥା କହୁଛନ୍ତି ତାହ ଦର୍ଶକ ଦେଖିବାକୁ ପାଇବେ । ମୁମ୍ବାଇର ଜଣେ ଖୁସ ମିଜାଜର ଗୃହିଣୀ ଶ୍ରୋତାଙ୍କ ସହ ବିନ୍ଦାସ ଅନ୍ଦାଜରେ କଥା ହେଉଥିବାବେଳେ ଦର୍ଶକ ବି ତାଙ୍କୁ ସେମାନଙ୍କର ମନର କଥା କହୁଛନ୍ତି । ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସୁରେଶ ତ୍ରିବେଣୀ । ସୁଲୁ ଭୁମିକାରେ ବିଦ୍ୟା ଅଭିନୟ କରିଥିବାବେଳେ ନେହା ଧୁପିଆ ତାଙ୍କର ବସ୍ ଭୁମିକାରେ ନଜର ଆସିବେ ।

ସେହିପରି ଆଜି ରିଲିଜ ହେବାକୁ ଯାଉଛି ଥ୍ରୀଲର ସିନେମା ‘ଅକ୍ସର ଟୁ’ । ଏଥିରେ ମୁଖ୍ୟ ଭୁମିକାରେ ଗୌତମ ରୋଡେ, ଅଭିନବ ଶୁକ୍ଳା, ଜରିନ୍ ଖାନ ଓ ମୋହିତ୍ ମଦନାନ ପ୍ରମୁଖ ଅଭିନୟ କରିଛନ୍ତି । ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଅନନ୍ତ ନାରାୟଣ । ରହସ୍ୟମୟ ଭାବରେ ଜଣେ କୋଟିପତି ମହିଳାଙ୍କର ମୃତ୍ୟୁ ହୋଇଯାଇଛି । ଆଉ ଏହାପରେ କଣ ଘଟୁଛି ତାହା ଦର୍ଶକ ସିନେମା ଦେଖିଲେ ହିଁ ଜାଣିପାରିବେ । ବିଶେଷ କରି ମର୍ଡର ମିଷ୍ଟ୍ରିର କାହାଣୀ ଦର୍ଶକ ଏଥିରେ ଦେଖିବାକୁ ପାଇବେ । ୧୨୭ ମିନିଟର ଏହି ସିନେମାକୁ ଦର୍ଶକ ଭରପୁର ଉପଭୋଗ କରିବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯଇାଛି ।