ବାହାରକୁ ଯିବା ପୂର୍ବରୁ କେଶକୁ ଦିଅନ୍ତୁ ନୂଆ ଲୁକ! ଜାଣନ୍ତୁ ଶୀତ ଦିନେ କିପରି ନେବେ ଯତ୍ନ

75

କେଶ ଆପଣଙ୍କ ସୌନ୍ଦର୍ଯ୍ୟକୁ ବଢାଇଥାଏ । ଦେଇଥାଏ ନୂଆ ଲୁକ । କିନ୍ତୁ ଶୀତ ଦିନେ କେଶ ପାଇଁ ଆପଣଙ୍କୁ ସ୍ୱତନ୍ତ୍ର ଯତ୍ନ ନେବାକୁ ପଡିଥାଏ । କାରଣ ଶୀତ ଦିନେ କେଶର ପ୍ରଧାନ ଶତ୍ରୁ ହେଲା ରୁପି । ଆଉ ପୁରୁଷ ଅବା ମହିଳା ସମସ୍ତଙ୍କର ଶୀତ ଦିନେ ଅଧିକ କେଶ ଝଡିଥାଏ । ଜାଣନ୍ତୁ କିପରି ଉପଚାର କଲେ ଆପଣଙ୍କ ଚୁଟି ଝଡିବା ସହ କେଶକୁ ଦେଇପାରିବେ ନୂଆ ଲୁକ ।

-ନିମ୍ବ ପତ୍ରକୁ ଗ୍ରାଇଣ୍ଡିଂ କରି ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମୁଣ୍ଡରେ ଲଗାଇ ୩୦ ମିନିଟ ପରେ ଧୋଇ ଦିଅନ୍ତୁ । ଏଭିଭଳି ନିୟମିତ କଲେ ଆପଣଙ୍କ କେଶ ସୁନ୍ଦର ଦେଖାଯିବା ସହ କେଶ ଝଡିବା ଦୂର ହୋଇଥାଏ ।

-ଶୀତଦିନେ ନିୟମିତ ଭାବେ ମେଡିକେଟେଡ ସାମ୍ପୁ ବ୍ୟବହାର କରନ୍ତୁ । ସାମାନ୍ୟ ଗରମ ପାଣିରେ ମୁଣ୍ଡ ଧୋଇଦିଅନ୍ତୁ ଦେଖିବେ, ଆପଣଙ୍କ କେଶର ଚମକ ବଢିଯିବ ।

-ରାତିରେ ଶୋଇବା ପୂର୍ବରୁ ନଡିଆ ତେଲକୁ ଗରମ କରି ମୁଣ୍ଡରେ ଲଗାନ୍ତୁ । ମାସରେ ଆଠରୁ ଦଶଥର ଏପରି କଲେ ରୁପି ସମସ୍ୟା ଦୂର ହେବା ସହ କେଶ ଚିକଚିକ କରିଥାଏ ।

-ମେଥିଦାନାରେ ପ୍ରଚୁର ପରିମାଣରେ ପ୍ରୋଟିନ ଓ ନିକୋଟିନିକ ଏସିଡ ଥାଏ । ଯାହା କେଶ ମୂଳକୁ ଶକ୍ତ କରିଥାଏ । ମେଥିଦାନାକୁ ରାତିରେ ଭିଜାଇ ସକାଳୁ ଗ୍ରାଇଣ୍ଡିଂ କରି ମୁଣ୍ଡରେ ଲଗାନ୍ତୁୁ । ତିରିଶ ମିନିଟ ପରେ ମୁଣ୍ଡକୁ ଧୋଇଦେବା ପରେ କେଶ ସୁନ୍ଦର ଦେଖାଯାଇଥାଏ ।

-ନିୟମିତ ଅଁଳା ରସ ଲଗାଇବା ଦ୍ୱାରା କେଶ ଘଂଚ ହେବା ସହ କେଶ ସାଇନିଂ କରିଥାଏ