ଗଂଜାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ! ୮ ଜଣ ଆହତ, ପୁରୁଣାବନ୍ଧ ଗାଁରେ ପୁଲିସ ମୁତୟନ

15

କନକ ବ୍ୟୁରୋ : ଗଂଜାମରେ ଗୋଷ୍ଠୀ ସଂଘର୍ଷ । ଗଂଜାମ ଥାନା ପୁରୁଣାବନ୍ଧ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଗୋଟିଏ ଗୋଷ୍ଠୀର ଲୋକେ ଅନ୍ୟ ଗୋଷ୍ଠୀର ଲୋକଙ୍କୁ ମାରଣାସ୍ତ୍ରରେ ଅତର୍କିତ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଥିରେ ୮ଜଣ ଆହତ ହୋଇଥିବା ବେଳେ ଆହତଙ୍କୁ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରାଯାଇଛି । ଗଂଜାମ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।