ମାତ୍ର ୧୧ ବର୍ଷ ବୟସରେ ପରିବାରଠାରୁ ଅଲଗା ହୋଇଥିଲେ ଦିଲଜିତ, ଆଜି ପର୍ଯ୍ୟନ୍ତ ଭୁଲି ପାରି ନାହାନ୍ତି ଯନ୍ତ୍ରଣା

279

କନକବ୍ୟୁରୋ: ପଞ୍ଜାବ ଗାୟକ ତଥା ଅଭିନେତା ଦିଲଜିତ ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଗୀତ ଏବଂ ଅଭିନୟରେ ଦିଲଜିତ ସମସ୍ତଙ୍କୁ ଆର୍କିଷିତ କରିପାରିଛନ୍ତି । ବର୍ତ୍ତମାନଅଭିନେତ୍ରୀ ପରିନୀତି ଚୋପ୍ରାଙ୍କ ସହିତ ତାଙ୍କର ଆଗାମୀ ନେଟଫ୍ଲିକ୍ସ ଚଳଚିତ୍ର ଅମର ସିଂ ଚମକିଲା ରିଲିଜ୍ ପାଇଁ ପ୍ରସ୍ତୁତ ଅଛି । ଦିଲଜିତ୍ ତାଙ୍କ ନୂଆ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ରହୁଛନ୍ତି । ଗାୟକ ତଥା ଅଭିନେତା ଦିଲଜିତ୍ ଏକ ସାକ୍ଷାତକାରରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ଖୁଲାସା କରିଛନ୍ତି ।

ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଦିଲଜିତ୍ କହିଥିଲେ ଯେ, ତାଙ୍କ ବାପା, ମା ତାଙ୍କୁ ମାତ୍ର ୧୧ ବର୍ଷ ବୟସରେ ଗାଁରୁ ପଠାଇ ଦେଇଥିଲେ ଓ ସେ ତାଙ୍କ ମାମୁଁଙ୍କ ସହ ଲୁଧିଆନାରେ ରହିବା ପାଇଁ ଚାଲିଯାଇଥିଲେ । ଦିଲଜିତ ସେହି ସାକ୍ଷାତକାରରେ କହିଥିଲେ ଯେ, ତାଙ୍କୁ ମାମୁଁ ତାଙ୍କ ସାଥିରେ ନେବା ପାଇଁ ତାଙ୍କ ମା,ବାପା ଙ୍କୁ କହିଥିଲେ । ଯେଉଁଥିରେ ଦିଲଜିତଙ୍କ ବିନା ଅନୁମତିରେ ତାଙ୍କ ବାପା,ମା ତାଙ୍କ ମାମୁଁଙ୍କୁ ଅନୁମତି ଦେଇଥିଲେ ତାଙ୍କୁ ସାଙ୍ଗରେ ନେବା ପାଇଁ । ଏହି ନିଷ୍ପତି ଦିଲଜିତଙ୍କ ମନରେ କଷ୍ଟ ଦେଇଥିଲା ।

ଦିଲଜିତ୍ ଏହା ମଧ୍ୟ କହିଛନ୍ତି କି ତାଙ୍କୁ ହୋଲି ଏବଂ ଦୀପାବଳି ବହୁତ ପସନ୍ଦ । ହେଲେ ସେ ଲୁଧିଆନାରେ ଏକ କୋଠରୀରେ ଏକୁଟିଆ ରହୁଥିଲେ । ଯେଉଁଠାରେ ଟିଭି ମଧ୍ୟ ନଥିଲା । ସେହି ସମୟରେ ତାଙ୍କ ପାଖରେ କୌଣସି ମୋବାଇଲ ଫୋନ୍ ମଧ୍ୟ ନଥିଲା ଏବଂ ସ୍କୁଲରୁ ଫେରିବା ପରେ ତାଙ୍କ ପାଖରେ ବହୁତ ଖାଲି ସମୟ ଥିଲା । ସେ ଏହା ମଧ୍ୟ ଖୁଲାସା କରିଛନ୍ତି ଯେ, ସେହି ସମୟରେ ସେ ତାଙ୍କ ବାପା,ମା ଙ୍କ ସହ ମଧ୍ୟ କଥା ହୋଇପାରୁନଥିଲେ କାରଣ ସେହି ସମୟରେ ଫୋନର ଦାମ ବହୁତ ଅଧିକ ଥିଲା ।

ଏହି କାରଣରୁ ତାଙ୍କ ପରିବାର ସହ ତାଙ୍କର ସର୍ମ୍ପକ ଭାଙ୍ଗି ଯାଇଥିଲା । ତାଙ୍କ ବାପା,ମା ଦିଲଜିତଙ୍କ ସଫଳତାର ଏକ ଭିନ୍ନ ଅର୍ଥ ବାହାର କରିଥିଲେ । ଦିଲଜିତ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ମୋ ମାମୁଁଙ୍କୁ ବହୁତ ସମ୍ମାନ କରେ । ମୋ ବାପା ବହୁତ ନିରିହ ଏବଂ ମଧୁର ବ୍ୟକ୍ତି, ସେ ମୋତେ କେବେ କିଛି ମାଗିନାହାନ୍ତି, ମୁଁ କେଉଁ ସ୍କୁଲରେ ପଢୁଥିଲି ସେ ତାହା ମଧ୍ୟ କେବେ ପଚାରିନଥିଲେ ।

ଦିଲଜିତଙ୍କର ଏକ ନୂଆ ଚଳଚିତ୍ର ଆସିବା ପାଇଁ ଯାଉଛି । ମୁଖ୍ୟ ଭୂମିକାରେ ଦିଲଜିତଙ୍କ ସହ ପରିନୀତି ଚୋପ୍ରା ଦେଖିବା ପାଇଁ ମିଳିବେ । ଏପ୍ରିଲ ୧୨ରେ ନେଟଫ୍ଲିକ୍ସ ଇଣ୍ଡିଆରେ ମୁକ୍ତିଲାଭ କରିବ ଅମର ସିଂ ଚମକିଲା । ଏହି ଚଳଚିତ୍ରଟି ପଞ୍ଜାବୀ ରକଷ୍ଟାର ଅମର ସିଂ ଚମକିଲାଙ୍କ ଅବିସ୍ମରଣୀୟ କାହାଣୀକୁ ଉପସ୍ଥାପନ କରାଯାଇଛି । ଯିଏ ୮୦ ଦଶକରେ ଦାରିଦ୍ର୍ୟରୁ ବାହାରିଥିଲେ ଏବଂ ତାଙ୍କ ସଙ୍ଗୀତ ସହିତ ଲୋକପ୍ରିୟତାରେ ଉଚ୍ଚତାକୁ ଯାଇଥିଲେ ।