ଆମେରିକା-ମେକ୍ସିକୋ ସୀମା ଜଗିବେ ସାପ ଓ କୁମ୍ଭୀର । ରୋକାଯିବ ଅନୁପ୍ରବେଶ, ଲୁହା ପ୍ରାଚେରୀରେ ସଂଯୋଗ ହେବ ବିଦ୍ୟୁତ୍ କରେଣ୍ଟ ।

1,406

କନକ ବ୍ୟୁରୋ : ବାରମ୍ବାର ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । ମେକ୍ସିକୋ ସୀମାରେ ହେଉଥିବା ଅନୁପ୍ରବେଶକୁ ରୋକିବା ପାଇଁ ପ୍ରାଚୀର ନିର୍ମାଣ କରିବା ସହ ଖାଇ ଖୋଳି ସେଥିରେ ସାପ ଓ କୁମ୍ଭୀର ଛାଡିବାକୁ କହିଛନ୍ତି ଟ୍ରମ୍ପ ।

‘ମେକ୍ସିକୋ ସୀମା ଜଗିବେ ସାପ ଓ କୁମ୍ଭୀର’ । ‘ଲୁହା ପ୍ରାଚେରୀରେ ସଂଯୋଗ ହେବ ବିଦ୍ୟୁତ୍ କଂରେଟ’ । ଆମେରିକାକୁ ମେକ୍ସିକୋରୁ ହେଉଥିବା ଅନୁପ୍ରବେଶ ରୋକିବା ପାଇଁ ବିଚଳିତ ହୋଇ ପଡିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏପରିକି ମେକ୍ସିକୋ ସୀମାରେ ନିର୍ମିତ ହେଉଥିବା ଲୁହା ପ୍ରାଚୀରରେ ବିଦ୍ୟୁତ୍ ସଂଯୋଗ କରିବା ସହ ଏହା ଉପରେ କଂଟାର ତାର ବିଛାଇବା ପାଇଁ ସେ ପ୍ରସ୍ତାବ ଦେଇଥିଲେ । ଏହା ସହିତ ସୀମାରେ ଗଭୀର ଖାଇ ଖୋଳିବା ସହ ପାଣି ଭିତରେ ବିଷଧର ସାପ ଓ କୁମ୍ଭୀର ଛାଡିବା ପାଇଁ ପ୍ରସ୍ତାବ ଦେଇଛନ୍ତି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ମାର୍ଚ୍ଚ ମାସରେ ମେକ୍ସିକୋ ସୀମାରେ ପ୍ରାଚୀର ନିର୍ମାଣ ନେଇ ହ୍ୱାଇଟ୍ ହାଉସର ପରାମର୍ଶଦାତାଙ୍କ ସହ ବୈଠକ ବେଳେ ଏଭଳି ପ୍ରସ୍ତାବ ଦେଇଥିଲେ ଆମେରିକା ରାଷ୍ଟ୍ରପତି ।

ଆମେରିକା-ମେକ୍ସିକୋ ମଧ୍ୟରେ ରହିଛି ୩୬ହଜାର କିଲୋମିଟର ଲମ୍ବର ସୀମା । ଯାହାକି ପ୍ରଶାନ୍ତ ମହାସାଗରଠାରୁ ମେକ୍ସିକୋ ପର୍ଯ୍ୟନ୍ତ ଲମ୍ବିଛି । ଏହି ସୀମା ଦେଇ ଆମେରିକା ଭିତରକୁ ଅନୁପ୍ରବେଶ କରିଥାନ୍ତି ଅନୁପ୍ରବେଶକାରୀ । ଓ ଏହି ବାଟ ଦେଇ ଦେଶ ଭିତରକୁ ନିଶା ଦ୍ରବ୍ୟ ଆଣି କାରବାର କରିଥାନ୍ତି । ତେଣୁ ଏହାକୁ ରୋକିବା ପାଇଁ ସୀମାକୁ ବନ୍ଦ୍ କରିବାକୁ ଲୁହା ପାଚେରୀ ନିର୍ମାଣ କରିବାକୁ ନିଷ୍ପତି ନେଇଥିଲେ ଟ୍ରମ୍ପ ସରକାର ।

ଆମେରିକା ଓ ମେକ୍ସିକୋ ସୀମାରେ ନିର୍ମିତ ହେଉଥିବା ଲୁହା ପାଚେରୀର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ମାତ୍ର କେତେ ମାସ ଭିତରେ ୨୨ କିଲୋମିଟର ଲମ୍ବର ପାଚେରୀ ନିର୍ମାଣ ଶେଷ ହୋଇଛି । ଅନୁପ୍ରବେଶ ନରୋକିଲେ ସେମାନେ ୟୁରୋପୀୟ ରାଷ୍ଟ୍ରମାନଙ୍କ ପରି ଆମେରିକାର ନାଗରିକଙ୍କ ଉପରେ ଆଧିପତ୍ୟ ବିସ୍ତାର କରିବେ ଓ ସଂସ୍କୃତିକୁ ନଷ୍ଟ କରିବେ ବୋଲି କହିଛନ୍ତି ଟ୍ରମ୍ପ ।