ଚିଟଫþଣ୍ଡ ଓ ପାଣି ତାତିରେ ବିଧାନସଭା ବେହାଲ : ଆସନ୍ତାକାଲି ଯାଏ ଗୃହ ମୁଲତବି

21

ଚିଟଫଣ୍ଡ ପ୍ରସଙ୍ଗରେ ବିଧାନସଭା ଅଚଳ । ବିରୋଧୀ କଂଗ୍ରେସ ଓ ବିଜେପି କକ୍ଷ ତ୍ୟାଗ କରଛନ୍ତିି । ଫଳରେ ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି  ।ସେପଟେ ଜଳ ସଂକଟ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି । ବିଧାୟକ ଅମର ଶତପଥୀ ଗୃହରେ ଜଳ ସମସ୍ୟା ପ୍ରସଙ୍ଗ ଉଠାଇଥିଲେ । ଚିଟଫଣ୍ଡ ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ଚିଟଫଣ୍ଡ ଓ ପାନୀୟ ଜଳ ପ୍ରସଙ୍ଗ ଉଠାଇ ଗୃହରେ ହଙ୍ଗାମା କରିଥିଲେ । କଂଗ୍ରେସର ଚିଟ୍ଫଣ୍ଡ ପ୍ରସଙ୍ଗକୁ ବିଜେପିର ପାଣି । ବିରୋଧୀଙ୍କୁ କାଉଂଟର କରିବା ପାଇଁ ଶାସକ ଦଳର ବ୍ୟାପମ ଦୁର୍ନୀତି  ପ୍ରସଙ୍ଗ । ବ୍ୟାପମ୍ ଦୁର୍ନୀତି ପ୍ରସଙ୍ଗ ଉଠାଇ ବିଜେଡି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି  କରିଥିଲା ।