ମାଡି ଆସୁଛି ବର୍ଷା ! ୫ ଦିନ ବର୍ଷିବ, ଗୋପାଳପୁର ଠାରୁ ୫୬୫ କିଲୋମିଟର ଦୂରରେ ଲଘୁଚାପ ଘନୀଭୂତ

74

କନକ ବ୍ୟୁରୋ: ଗତକାଲିଠାରୁ ଆରମ୍ଭ ହୋଇଯାଇଛି ଲଘୁଚାପ ଜନିତ ବର୍ଷା। ବଢ଼ିଛି ପବନର ବେଗ। କେବଳ ଦକ୍ଷିଣ ଓଡ଼ିଶା ନୁହେଁ, ଉପକୂଳ ଆକାଶ ଗତକାଲି ଦିନ ସାରା ମେଘୁଆ ରହିଛି। ପାଗ ବି ପୂରା କୋହଲା। ସମୁଦ୍ର ଅଶାନ୍ତ ହୋଇଉଠିଛି । ଏଣୁ, ସମୁଦ୍ର ଭିତରକୁ ମାଛ ଧରିବାକୁ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ମନା । ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଛି ସତର୍କସୂଚନା । ଉପକୂଳରେ ବହୁଥିବା ପବନର ବେଗ ବାତ୍ୟାର ଭ୍ରମ ଏବଂ ଭୟ ସଂଚାର କରୁଛି । ତଥାପି ସ୍ପଷ୍ଟଚିହ୍ନିତ ଲଘୁଚାପ ଗୋପାଳପୁରରୁ ପ୍ରାୟ ୫୬୫ କି.ମି.ଦୂରରେ ରହିଛି ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଗତକାଲି ଦକ୍ଷିଣ ଓଡ଼ିଶାରୁ ବର୍ଷା ଆରମ୍ଭ ହୋଇ ତିନିଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ଊଣାଅଧିକେ ବର୍ଷିବ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଛି । ତେବେ ଧାନ ଫସଲ ପାଇଁ ସବୁଠାରୁ ବଡ଼ ବିପଦ ହେଉଛି ଲଗାଣ ବର୍ଷା । ଅଳ୍ପ କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇ ତିନିଦିନ ପର୍ଯ୍ୟନ୍ତ ଲାଗି ରହିବ। ଯେଉଁ ଚାଷୀମାନେ ପାଚିଲା ଧାନ କାଟି ନାହାନ୍ତି, ସେମାନଙ୍କ ପାଇଁ ଏହି ବର୍ଷା ବିପଦରେ ପକାଇବାର ଆଶଙ୍କା ରହିଛି ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ବୟାନ କରୁଛି ଯେ ଗତକାଲି ସ୍ପଷ୍ଟଚିହ୍ନିତ ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଆଖପାଖ ପୂର୍ବ ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟରେ ରହିଛି । ଲଘୁଚାପର କେନ୍ଦ୍ରସ୍ଥଳୀ ଗୋପାଳପୁରରୁ ପ୍ରାୟ ୫୬୫ କି.ମି. ଦୂରରେ। ଏହା ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ଆଜି ରାତି ଏବଂ ପରଦିନ ସକାଳ ଭିତରେ ଏହା ଗଞ୍ଜାମ ଦେଇ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଧିକ। ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହା ଘନୀଭୂତ ହେଲେ ବର୍ଷା, ପବନର ପ୍ରକୋପ ଏବଂ ପରିମାଣ ଅଧିକ ବୃଦ୍ଧି ପାଇପାରେ । ଗତକାଲି ଦିନରେ ଘଣ୍ଟାକୁ ୩୫ କି.ମି. ବେଗରେ ପବନ ବହୁଥିଲା । ସନ୍ଧ୍ୟା ବେଳକୁ ଭୁବନେଶ୍ୱର, ଗୋପାଳପୁର ସମେତ ଦକ୍ଷିଣ ଏବଂ ଉପକୂଳର ବିଭିନ୍ନ ସ୍ଥାନରେ ହାଲ୍କା ବର୍ଷା ହୋଇଥିବା ସୂଚନା ମିଳିଛି । ତେବେ ଲଘୁଚାପ ଦକ୍ଷିଣ ଉପକୂଳ ଛୁଇବା ବେଳେ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କି.ମି.କୁ ବୃଦ୍ଧି ପାଇବ । ଏହା ସର୍ବାଧିକ ୬୫ କି.ମି. ହେବ ବୋଲି ପୂର୍ବାନୁମାନ କରାଯାଇଛି ।

୧୮ ତାରିଖ ବେଳକୁ ବର୍ଷା ପରିମାଣ କମିବ । ତେବେ ୨୦ ତାରିଖଠାରୁ ଥଣ୍ଡା ଫେରିବାର ସମ୍ଭାବନା ରହିଛି। ଲଘୁଚାପ ଜନିତ ବର୍ଷା ଯୋଗୁଁ ଥଣ୍ଡା ଘୋର ପ୍ରଭାବିତ ହୋଇଛି । ୧୮ ତାରିଖ ଯାଏଁ ଦିନର ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇ ୨୫ଡିଗ୍ରୀରୁ ୨୭ଡିଗ୍ରୀ ମଧ୍ୟରେ ରହିବ । ସର୍ବନିମ୍ନ ତାପମାତ୍ରା ୧୯ଡିଗ୍ରୀରୁ ୨୪ଡିଗ୍ରୀ ଭିତରେ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଗତକାଲି ଉପକୂଳବର୍ତୀ ଏବଂ ଆଖପାଖ ଅଭ୍ୟନ୍ତରର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୦ଡିଗ୍ରୀ ତଳକୁ ଖସିଛି । ସୋମବାରଏସବୁ ସ୍ଥାନର ପାରଦ ୩୨ଡିଗ୍ରୀ ପର୍ଯ୍ୟନ୍ତ ରହିଥିଲା । ଗତକାଲି ସର୍ବନିମ୍ନ ତାପମାତ୍ରା ବି ବୃଦ୍ଧି ପାଇଛି। ସୁନ୍ଦରଗଡ଼ରେ ପାରଦ ରହିଛି ୧୫ ଡିଗ୍ରୀ । ସୋମବାରଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲ୍ସିୟସ ରେକର୍ଡ ହୋଇଥିବା ବେଳେ ଗତକାଲି ଏହା ୧୫.୫ ଡିଗ୍ରୀ କୁ ବଢ଼ିଛି ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ବୟାନ କରୁଛି ଯେ ଗତକାଲି ସ୍ପଷ୍ଟଚିହ୍ନିତ ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଆଖପାଖ ପୂର୍ବ ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟରେ ରହିଛି । ଲଘୁଚାପର କେନ୍ଦ୍ରସ୍ଥଳୀ ଗୋପାଳପୁରରୁ ପ୍ରାୟ ୫୬୫ କି.ମି. ଦୂରରେ । ଏହା ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ଆଜି ରାତି ଏବଂ ପରଦିନ ସକାଳ ଭିତରେ ଏହା ଗଞ୍ଜାମ ଦେଇ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଧିକ। ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହା ଘନୀଭୂତ ହେଲେ ବର୍ଷା, ପବନର ପ୍ରକୋପ ଏବଂ ପରିମାଣ ଅଧିକ ବୃଦ୍ଧି ପାଇପାରେ । ଗତକାଲି ଦିନରେ ଘଣ୍ଟାକୁ ୩୫ କି.ମି. ବେଗରେ ପବନ ବହୁଥିଲା । ସନ୍ଧ୍ୟା ବେଳକୁ ଭୁବନେଶ୍ୱର, ଗୋପାଳପୁର ସମେତ ଦକ୍ଷିଣ ଏବଂ ଉପକୂଳର ବିଭିନ୍ନ ସ୍ଥାନରେ ହାଲ୍କା ବର୍ଷା ହୋଇଥିବା ସୂଚନା ମିଳିଛି । ତେବେ ଲଘୁଚାପ ଦକ୍ଷିଣ ଉପକୂଳ ଛୁଇବା ବେଳେ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କି.ମି.କୁ ବୃଦ୍ଧି ପାଇବ । ଏହା ସର୍ବାଧିକ ୬୫ କି.ମି. ହେବ ବୋଲି ପୂର୍ବାନୁମାନ କରାଯାଇଛି ।

୧୮ ତାରିଖ ବେଳକୁ ବର୍ଷା ପରିମାଣ କମିବ । ତେବେ ୨୦ ତାରିଖଠାରୁ ଥଣ୍ଡା ଫେରିବାର ସମ୍ଭାବନା ରହିଛି । ଲଘୁଚାପ ଜନିତ ବର୍ଷା ଯୋଗୁଁ ଥଣ୍ଡା ଘୋର ପ୍ରଭାବିତ ହୋଇଛି । ୧୮ ତାରିଖ ଯାଏଁ ଦିନର ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇ ୨୫ ଡିଗ୍ରୀ ରୁ ୨୭ ଡିଗ୍ରୀ ମଧ୍ୟରେ ରହିବ । ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରୀ ରୁ ୨୪ ଡିଗ୍ରୀ ଭିତରେ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଉପକୂଳବର୍ତୀ ଏବଂ ଆଖପାଖ ଅଭ୍ୟନ୍ତରର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରୀ ତଳକୁ ଖସିଛି । ଏସବୁ ସ୍ଥାନର ପାରଦ ୩୨ ଡିଗ୍ରୀ ପର୍ଯ୍ୟନ୍ତ ରହିଥିଲା। ଗତକାଲି ସର୍ବନିମ୍ନ ତାପମାତ୍ରା ବି ବୃଦ୍ଧି ପାଇଛି । ସେହିପରି ସୋମବାର୧୮ଟି ସ୍ଥାନରେ ପାରଦ ୨୦ ଡିଗ୍ରୀ ତଳେ ଥିଲା । ଗତକାଲି ୧୪ଟି ସ୍ଥାନରେ ଏହା ସୀମିତ ରହିଛି ।