ବଡ ସ୍ୱପ୍ନ ଦେଖ, ଆହ୍ୱାନର ମୁକାବିଲା ପାଇଁ ଆତ୍ମବିଶ୍ୱାସର ସହ ଆଗକୁ ବଢ: ନବୀନଙ୍କ ଶିଶୁ ଦିବସ ବାର୍ତ୍ତା

141

କନକ ବ୍ୟୁରୋ : ଶିଶୁ ଦିବସ ଅବସରେ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ । ତିନୋଟି ଜିନିଷ ଉପରେ ଗୁରୁତ୍ୱ ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭଲ ପାଠ ପଢିବା, ନିଜ ସ୍ୱପ୍ନକୁ ସାକାର କରିବା, ଜନ୍ମଭୂମି ଓ ଅଭିଭାବକଙ୍କୁ ସମ୍ମାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ସମୟରେ ମଧୁବାବୁଙ୍କ ସେବା ଓ ବିଜୁବାବୁଙ୍କ ସାହସିକତାକ ମନେପକାଇଥିଲେ ନବୀନ । ମାଆ ଓମାଟିର ଗୌରବକୁ ଉଜ୍ଜଳ କରିବା ପାଇଁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ପାଠ ସହ କ୍ରୀଡା,ସଂଗୀତ, ସମାଜସେବା ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାଇବା ପାଇଁ ସେ ପରାମର୍ଶ ଦେଇଥିଲେ । ପଂଚସଖାଙ୍କ ଭାର୍ଗବୀ ଶପଥ ସମ୍ପର୍କରେ ସ୍ମରଣ କରାଇ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶାର ସ୍ୱାଭିମାନର ବିକାଶ ପାଇଁ ପିଲାମାନେ ଆଗକୁ ଆସନ୍ତୁ । ଓଡିଶା ବାହାରେ ଆମ ପିଲା ଭଲ କରିଥିବାରୁ ମୁଁ ଗର୍ବିତ ବୋଲି ସେ କହିଥିଲେ ।

ଅବସରରେ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ପ୍ରତି ବ୍ଲକରେ ଓଡିଆ ଭାଷାରେ ଭଲ ନମ୍ବର ରଖିଥିବା ୧୦ଜଣ ପିଲାଙ୍କୁ ପହଜାର ଟଙ୍କା ଲେଖାଏ ପୁରସ୍କାର ଦିଆଯିବ । ସେହିପରି ଦଶମ ଶ୍ରେଣୀ ପରୀକ୍ଷାରେ ଭଲ ନମ୍ବର ରଖିଥିବା ପିଲାଙ୍କୁ ମେଧାବୃତ୍ତି ପ୍ରଦାନ କରାଯିବ । ସାରା ରାଜ୍ୟରେ ୪୦ ହଜାର ପିଲାଙ୍କୁ ୫ହଜାର ଲେଖାଏ ପୁରସ୍କାର ଦିଆଯିବ । ପ୍ରତି ବ୍ଲକରେ ଶହେ ଜଣେ, ପ୍ରତି ମ୍ୟୁନିସିପାଲ କର୍ପୋରେଶନରେ ଶହେ ଜଣ, ପ୍ରତି ମ୍ୟୁୁନିସିପାଲିଟିରେ ୫୦ଜଣ ଓ ପ୍ରତି ଏନଏସିରେ ୨୦ ଜଣ ଏହି ପୁରସ୍କାର ପାଇବେ ।

ଯଦି କୈାଣସି ବ୍ୟକ୍ତି କୌଣସି ସ୍କୁଲର ବିକାଶ ପାଇଁ କିଛି ଅ ର୍ଥ ଦାନ କରନ୍ତି, ତେବେ ସରକାର ତାର ଦୁଇ ଗୁଣ ଅର୍ଥ ଦାନ କରିବେ । ପୁରୁଣା ଛାତ୍ରଙ୍କୁ ସ୍କୁଲ ସହ ଯୋଡିବା ପାଇଁ ‘ମୋ ସ୍କୁଲ କ୍ୟାମ୍ପେନ’ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏଥିପାଇଁ ଶହେ କୋଟିଟଙ୍କାର କର୍ପସ ପାଣ୍ଠି ଗଠନ ବିଷୟରେ ଘୋଷଣା କରିଥିଲେ । ଆଗ୍ରହୀ ବ୍ୟକ୍ତିମାନେ ସ୍କୁଲରେ ବିଜ୍ଞାନଗାର, ଲାଇବ୍ରେରୀ ସ୍ଥାପନା ସହ କ୍ରୀଡାର ବିକାଶ ଓ ଶିକ୍ଷାଦାନ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଆତ୍ମବିଶ୍ୱାସର ସହ ଅଗକୁ ବଢ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ ।