୫ଟି କାରଣରୁ ମାନସିକ ରୋଗର ଶିକାର ହୋଇପାରନ୍ତି ଆପଣ
ମାନସିକ ରୋଗ ବର୍ତ୍ତମାନ ଏକ ସାଧାରଣ ସମସ୍ୟା ପାଲଟିଛି । ଯେଉଁଥି ପାଇଁ ଲୋକେ ବିନା କାରଣରେ କାହା ଉପରେ ବି ନିଜର ରାଗ ଶୁଝାଇବାକୁ ପଛାଉନାହାଁନ୍ତି । ତେବେ ଆପଣ କେବେ ଚିନ୍ତା କରିଛନ୍ତି କି ଏହି ସମସ୍ୟା ଉପରେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ସମସ୍ୟା ଆମର କେତେକ କୁଅଭ୍ୟାସ ଯୋଗୁଁ ହିଁ ସୃଷ୍ଟି ହୋଇଥାଏ । ଆସନ୍ତୁ ଜାଣିବା ସେହି ସବୁ କୁଅଭ୍ୟାସ ସଂପର୍କରେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଖାଦ୍ୟ-ପେୟରେ ଅବହେଳା
ପ୍ରତିଦିନ ଆମେ ଠିକ୍ ସମୟରେ ଖାଇବା ଉଚିତ୍ । ଯଦି ଆପଣ ବ୍ୟସ୍ତବହୁଳ ଜୀବନରେ ଠିକ୍ ସମୟରେ ଖାଇ ପାରୁନାହାନ୍ତି ଆଉ ଯେଉଁଥି ପାଇଁ ଆପଣ ବିନା କାଣରରେ ଅନ୍ୟ ମାନଙ୍କ ଉପରେ ରାଗିଥାନ୍ତି ।
ବନ୍ଧୁ ଓ ପରିବାର ପାଖରୁ ଦୂରରେ ରହିବା
ଯଦି ଆପଣ ଘର ଛାଡି ଅନ୍ୟ ରାଜ୍ୟ କିମ୍ବା ବିଦେଶରେ ଚାକିରୀ କରୁଛନ୍ତି । ଯେଉଁଥିପାଇଁ କି ଆପଣ ଆପଣଙ୍କର ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହିତ ଦେଖାସାକ୍ଷାତ କରି ପାରୁନାହାନ୍ତି । ତାହା ହେଲେ ଆପଣଙ୍କୁ ନିହାତି ଭାବରେ ଚିଡଚିଡା ପଣ ଆସିଥାଏ । ଯାହା ଦ୍ୱାରା ଆପଣ ଅନ୍ୟ ଉପରେ ବିନା କାରଣରେ ରାଗିଥାନ୍ତି ।
ଅଧିକ ସମୟ ପର୍ଯ୍ୟନ୍ତ କାମ କରିବା
ଆପଣ ଅପଣଙ୍କ ଅଫିସରେ ଅଧିକ ସମୟ କାମ କରୁଛନ୍ତି, ତାହା ପରେ ବି ଆପଣ ଘରେ ଆସି ଅଫିସର କାମରେ ପୁଣି ଅଧିକ ସମୟ ପର୍ଯ୍ୟନ୍ତ ବ୍ୟସ୍ତ ରହୁଛନ୍ତି ତେବେ ଆପଣ କ୍ରୋଧିତ ହେବା ସ୍ୱଭାବିକ । ଆଉ ଏହାର ପ୍ରଭାବ ସିଧା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ହିଁ ପଡିଥାଏ ।
ଠିକ ସମୟରେ ନ ଶୋଇବା
ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ମଣିଷକୁ ପ୍ରତିଦିନ ୮ ଘଂଟା ଶୋଇବା ଅତ୍ୟନ୍ତ ଜରୁରୀ ଅଟେ । କାରଣ ଆପଣଙ୍କ ସ୍ୱାସ୍ଥ୍ୟ ଏହା ଭଲ ହୋଇଥାଏ । ଯଦି ଆପଣ ୮ ଘଂଟାରୁ କମ୍ ସମୟ ଶୋଉଛନ୍ତି, ତାହା ହେଲେ ଆପଣଙ୍କ ମସ୍ତିସ୍କ ଉପରେ ଏହାର ଚାପ ପଡିଥାଏ, ଏହା ଦ୍ୱାରା ଆପଣ ମାନସିକ ରୋଗର ଶିକାର ହୋଇପାରନ୍ତି ।