ନୂଆ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର : ୩ ପଜିଟିଭଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ଜଣେ ଯୁବତୀ । ସଂକ୍ରମିତଙ୍କ ବୟସ ୧୮ରୁ ୬୦ ବର୍ଷ, ସମସ୍ତ ଆକ୍ରାନ୍ତଙ୍କ ରହିଛି କଲିକତା ଲିଙ୍କ୍

କେନ୍ଦୁଝର ପଞ୍ଚପଲ୍ଲିର ୬୦ ବର୍ଷୀୟ ବୃଦ୍ଧ । ଦେବଗଡ଼ ବାସୁଦେବପୁରର ୩୪ ବର୍ଷୀୟ ଯୁବକ । ଝାରସୁଗୁଡ଼ା ବ୍ରଜରାଜନଗରର ୧୮ ବର୍ଷୀୟ ଯୁବତୀ

1,257

କନକ ବ୍ୟୁରୋ: ୩ ନୂଆ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର । ୩ ଆକ୍ରାନ୍ତ ଦେବଗଡ,ଝାରସୁଗୁଡା ଓ କେନ୍ଦୁଝର ଜିଲ୍ଲାର ହୋଇଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସୂଚନା ଓ ଲେକ ସଂପର୍କ ବିଭାଗ । ଚିହ୍ନଟ ହୋଇଥିବା ୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ତେବେ କେନ୍ଦୁଝର ପଂଚପାଲି ଅଂଚଳର ୬୦ ବର୍ଷୀୟ ବୃଦୁଇ ଜଣ ପୁରୁଷ ରହିଥିବା ବେଳେ ଜଣେ ମହିଳା ଅଛନ୍ତି । ସେହିଭଳି ଏମାନଙ୍କ ବୟସ ୧୮ରୁ ୬୦ ବର୍ଷ ମଧ୍ୟରେ ରହିଛି ।

ସରକାରୀ ତଥ୍ୟ ଅନୁସାରେ, ଚିହ୍ନଟ ହୋଇଥିବା ୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଦେବଗଡ ଜିଲ୍ଲା ବାସୁଦେବପୁରର ଜଣେ ୩୪ ବର୍ଷୀୟ ଯୁବକ । ସେହିପରି ଝାରସୁଗୁଡାର ବ୍ରଜରାଜନଗରର ଜଣେ ୧୮ ବର୍ଷୀୟ ଯୁବତୀଙ୍କଠାରେ କରୋନା ଭୁତାଣୁ ଠାବ ହୋଇଥିବା ବେଳେ ଅନ୍ୟ ଜଣେ କେନ୍ଦୁଝର ଜିଲ୍ଲାର ପଂଚପାଲି ଅଂଚଳର ଜଣେ ୬୦ ବର୍ଷୀୟ ବୃଦ୍ଧ ଅଛନ୍ତି । ବଡ କଥା ହେଉଛି ବର୍ତ୍ତମାନ ଚିହ୍ନଟ ହୋଇଥିବା ସମସ୍ତ ୩ ନୂଆ ଆକ୍ରାନ୍ତଙ୍କର ମଧ୍ୟ କଲିକତା ଲିଙ୍କ ରହିଛି ବୋଲି ସ୍ପଷ୍ଟ କରିଛନ୍ତି ସରକାର । ତେବେ ଏହି ତିନିଜଣ କ୍ଵାରାଣ୍ଟିନରେ ଥିବାବେଳେ କାହା ପାଖରେ ଲକ୍ଷଣ ନଥିଲା ।

୩ ନୂଆ ଜିଲ୍ଲାକୁ ବ୍ୟାପିଲା କରୋନା । ଆଜି କେନ୍ଦୁଝର, ଦେବଗଡ ଓ ଝାରୁସୁଗୁଡାରେ ୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଛି । ଆଜି ଗୋଟିଏ ଦିନରେ ରାଜ୍ୟରେ ୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସକାଳେ ଭୁବନେଶ୍ୱରରେ ବି ଆଉ ଜଣେ ୭୭ ବର୍ଷିୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ରାଜ୍ୟରେ ବର୍ତମାନ ମୋଟ ୧୨୨ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ ଜଣ ସୁସ୍ଥ ହୋଇସାରିଥିବାବେଳେ ୮୩ଟି ଆକ୍ଟିଭ ମାମଲା ରହିଛି । ୩ ନୂଆ ଜିଲ୍ଲାର ୩ ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଛି । କେନ୍ଦୁଝର, ଦେବଗଡ ଓ ଝାରୁସୁଗୁଡା ସହ ରାଜ୍ୟର ୧୪ ଜିଲ୍ଲାକୁ ବ୍ୟାପିଛି କରୋନା । ଆଜି ସକାଳେ ଚିହ୍ନଟ ୧୧୯ ନମ୍ବର ଆକ୍ରାନ୍ତ ଭୁବନେଶ୍ୱର ମଧୁସୁଦନ ନଗରର ୭୭ ବର୍ଷିୟ ବୃଦ୍ଧ । ଏହି ବ୍ୟକ୍ତି ୪୧ ନମ୍ବର ଆକ୍ରାନ୍ତଙ୍କ ସଂପର୍କୀୟ ବୋଲି ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ ।