ତାଲାବନ୍ଦ ବେଳେ ମାତିଛନ୍ତି କାଠ ମାଫିଆ ଓ ଇଟାଭାଟି ମାଲିକ: ବେଧଡକ ଜଙ୍ଗଲ ଖୋଳି, ଗଛ କାଟି ଇଟା ପୋଡୁଛନ୍ତି ମାଫିଆ

342

କନକ ବ୍ୟୁରୋ: ତାଲାବନ୍ଦ ବେଳେ ମାତିଛନ୍ତି କାଠ ମାଫିଆ ଓ ଇଟାଭାଟି ମାଲିକ । ମହାମାରୀ କରୋନା ପାଇଁ ଘୋଷଣା ହୋଇଥିବା ଲକଡାଉନ୍ର ସୁଯୋଗ ନେଇ ଜଙ୍ଗଳ ଓ ପରିବେଶକୁ ନଷ୍ଟ କରୁଛନ୍ତି ମାଫିଆମାନେ । ବଲାଙ୍ଗିର ଜିଲ୍ଲାରେ ବିଭିନ୍ନ ଯାଗାରେ ଲୋକଙ୍କ ଚଳ ପ୍ରଚଳ ନଥିବାରୁ ଜଙ୍ଗଲ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି । ଜଙ୍ଗଲ ଜମିରୁ ମାଟି ଓ ଗଛକୁ କାଟି ନେଇ ଇଟା ପକାଉଛନ୍ତି ମାଫିଆ । ବଲଙ୍ଗିର ଦେଓଗାଁ, ପାଟଣାଗଡ, କଂଟାବାଞ୍ଜୀ ଆଦି ବନାଂଚଳରେ ମନଇଛା ହଜାର ହଜାର ଇଟାଭାଟି ପୋଡା ହେଉଛି । ଆଉ ଇଟା ପୋଡାରେ କୋଇଲା କି ଅନ୍ୟ କୌଣସି ଜାଳେଣୀ ସାମଗ୍ରୀ ବ୍ୟବହାର କରାଯାଉ ନାହିଁ ।

ଜଙ୍ଗଲରୁ ଗଛ କାଡି ଆଣି ମୋଟା ମୋଟା କାଠ ଗଣ୍ଡିକୁ ଭାଟିରେ ପୋଡି ଦେଉଛନ୍ତି । ତେବେ ସରକାରଙ୍କ ନୀୟମ ଅନୁସାରେ ଇଟାଭାଟି କେବଳ କୋଇଲା କିମ୍ବା ଭୁସିରେ ପୋଡାଯିବ । ଇଟା ପକାଉଥିବା ବ୍ୟକ୍ତି ନିଜ ରହିତି ଜମିର ମାଟିରେ ହିଁ ଇଟା ତିଆରି କରିପାରିବେ । ହେଲେ ବଲାଙ୍ଗୀର ଜିଲ୍ଲାରେ ମାଫିଆମାନେ ନିଜ ମନ ଇଚ୍ଛ୍ା ପରିବେଶକୁ ନଷ୍ଟ କରିବା ସହ ଜନ ଜୀବନକୁ ମଧ୍ୟ ବିପଦରେ ପକାଉଛନ୍ତି । ଆଉ ଏଥିରେ ଜଙ୍ଗଲ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି । ସେପଟେ ଜଙ୍ଗଳ ବିଭାଗ ଏହା ସମ୍ପୁର୍ଣ ବେଆଇନ କହିବା ସହ ଏହା ଉପରେ କଡା ଆଇନ ଥିବା କହିଛନ୍ତି । ଏଭଳି ବ୍ୟକ୍ତିଙ୍କୁ କଡା ଦଣ୍ଡ ଦିଆଯିବା ବୋଲି ଖୋଦ ଡିଏଫଓ କହିଛନ୍ତି ।