ଭାରତ ପ୍ରତି ବଢୁଛି ବିପଦ ! ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରୁଛି ଆଇଏସଆଇ

20

ଭାରତରେ ଆତଙ୍କୀ ହମଲା ପାଇଁ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇ’ର ଯୋଜନା ସମ୍ପର୍କରେ ବଡ ଧରଣର ଖୁଲ୍ଲାସା ହୋଇଛି । ସୂଚନା ଅନୁସାରେ, ଭାରତ ଓ ଆଫଗାନିସ୍ତାନ ସଂପର୍କକୁ ଖରାପ କରିବାକୁ ଯୋଜନା କରୁଛି ଆଇଏସଆଇ । ଏଥିପାଇଁ ଆଫଗାନିସ୍ତାନର ମୂଳବାସିନ୍ଦାଙ୍କୁ ଅସ୍ତ୍ର କରିଛି ଆତଙ୍କବାଦୀ ସଙ୍ଗଠନ ଆଇଏସଆଇ । ପାକିସ୍ତାନରେ ବସବାସ କରୁଥିବା ଆଫଗାନ ମୂଳବାସିନ୍ଦାଙ୍କ ସହାୟତାରେ ଭାରତରେ ଆତଙ୍କୀ ହମଲା କରିବାକୁ ଯୋଜନା କରୁଛି ଆଇଏସଆଇ

ସେପଟେ ଆଇଏସଆଇ’ର ଏହି ଯୋଜନା ସମ୍ପର୍କରେ ଜଣାପଡିବା ପରେ ଭାରତୀୟ ଗୁଇନ୍ଦା ବିଭାଗ ପକ୍ଷରୁ ଦିଲ୍ଲୀ ଓ ମୁମ୍ବାଇ ସମେତ ଦେଶର ବଡ ବଡ ସହରମାନଙ୍କରେ ହାଇ ଆଲର୍ଟ ଜାରି କରାଯାଇଛି ।