ବିବାହ ବେଦିରେ ଲାଲୁଙ୍କ ଲାଡଲା ! ପାଟଣାରେ ତେଜପ୍ରତାପ-ଐଶ୍ୱର୍ଯ୍ୟାଙ୍କ ବାହାଘର, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ବନ୍ଧୁ ବାନ୍ଧିଲେ ଲାଲୁ ପ୍ରସାଦ ଯାଦବ ।

42

କନକ ବ୍ୟୁରୋ : ଝାଡ଼ଖଣ୍ଡ ହାଇକୋର୍ଟ ୬ ସପ୍ତାହର ଅନ୍ତରୀଣ ଜାମିନ ମିଳିବା ପରେ ଦ୍ୱିଗୁଣିତ ହୋଇଛି ଲାଲୁଙ୍କ ପୁଅ ବାହାଘର ଖୁସି  । ଆଜି ପାଟନା ଭେଟେରନାରୀ କଲେଜ୍ ଗ୍ରାଉଣ୍ଡ ତେଜପ୍ରତାପ ଓ ଐଶ୍ୱର୍ଯ୍ୟାଙ୍କ ବିବାହ ନେଇ ଉଠୁଛି ପଡୁଛି ଓ ଏଥିପାଇଁ କରାଯାଇଛି ସ୍ୱତନ୍ତ୍ର ପ୍ରସ୍ତୁତି  । ତେଜପ୍ରତାପଙ୍କ ବିବାହ ନେଇ ଖୁସି ମନାଉଛନ୍ତି ଲାଲୁ ଯାଦବଙ୍କ ପରିବାର ସଦସ୍ୟ  । ଲାଲୁଙ୍କୁ ୬ ସପ୍ତାହ ଅନ୍ତରୀଣ ଜାମିନ ମିଳିବା ପରେ ଦ୍ୱିଗୁଣିତ ହୋଇଛି ବିହାର ତଥା ଦେଶର ଅନ୍ୟତମ ପ୍ରତିଷ୍ଠିତ ରାଜନୈତିକ ପରିବାରର ଖୁସି  । ତେଜପ୍ରତାପ -ଐଶ୍ୱର୍ଯ୍ୟାଙ୍କ ବାହାଘରକୁ ସବୁ ଦୃଷ୍ଟିରୁ ସ୍ମରଣୀୟ କରିବାକୁ ଚାଲିଛି ଉଦ୍ୟମ  । ବିବାହ ପାଇଁ ଉଠୁଛି ପଡୁଛି ବିହାରର ପାଟନା ସହର  । ଅନ୍ୟପଟେ ନବଦମ୍ପତିଙ୍କୁ ଆଶୀର୍ବାଦ ଓ ଶୁଭେଚ୍ଛା ଦେବାକୁ ପାଟନା ପହଂଚିଛନ୍ତି ଯୋଗଗୁରୁ ବାବା ରାମଦେବଙ୍କ ପରି ଅନେକ ମାନ୍ୟଗଣ୍ୟ ଅତିଥି  ।

ଦେଖନ୍ତୁ ତେଜପ୍ରତାପ-ଐଶ୍ୱର୍ଯ୍ୟାଙ୍କ ବିବାହୋତ୍ସବର କିଛି ରୋଚକ କଥା ..

 ବିବାହରେ ୭ ହଜାରରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି ତେବେ ଅତିଥିଙ୍କ ସଂଖ୍ୟା ଆହୁରି ଅଧିକ ହେବାର କୁହାଯାଉଛି  ।

 ବରଯାତ୍ରୀ  ଦଳରେ ୫୦ରୁ ଅଧିକ ଘୋଡ଼ାଙ୍କୁ ସାମିଲ୍ କରାଯାଇଛି  ।

 ଅତିଥିଙ୍କ ପାଇଁ ଦେଶର ୧୦୦ ଜଣ ବଛାବଛା କୁକ୍ ପାଟନା ଆସିଛନ୍ତି  ।

 ବ୍ୟଂଜନରେ ଅମୃତସରୀ କୁଲଚେ, ଆଗ୍ରା ପରାଠା, ବିହାରର ଲିଟି ଚୋଖି ରହିଛି  ।

 ଲାଲୁଙ୍କ ନିର୍ଦ୍ଦେଶ ଅନୁଯାୟୀ ଅତିଥିଙ୍କୁ କେବଳ ଶାକାହାରୀ ଭୋଜନ ଦିଆଯିବ  ।

 ୨୦୦ ଫୁଡ୍ କର୍ନରରେ ଅତିଥିଙ୍କ ପାଇଁ ଖାଦ୍ୟ ପରଷାଯିବ  ।

 କାନପୁରର ସ୍ୱତନ୍ତ୍ର ରୋଷେୟା ପ୍ରସ୍ତୁତ କରିଛନ୍ତି ଇମରତି ଲଡୁ ।

 ତେଜପ୍ରତାପଙ୍କ ପୋଷାକ ଦିଲ୍ଲୀ ଡିଜାଇନର୍ ଏମ.ଏ.ରେହମାନ ତିଆରି କରିଛନ୍ତି  ।

ବିହାର ପୂର୍ବ ମୁଖ୍ୟମନ୍ତ୍ରୀ ଦାରୋଗା ପ୍ରସାଦ ରାୟଙ୍କ ନାତୁଣୀ ଐଶ୍ୱର୍ଯ୍ୟା ରାୟ ବନିଛନ୍ତି ଲାଲୁଙ୍କ ପରିବାରର ବଡ଼ବୋହୂ  । ଅନ୍ୟପଟେ ଦେଶର ଅନ୍ୟତମ ହାଇପ୍ରୋଫାଇଲ୍ ବାହାଘର କୁହାଯାଉଥିବା ଏହି ବିବାହରେ ଯୋଗ ଦେଇଛନ୍ତି ଲାଲୁ ଯାଦବଙ୍କର ଉଭୟ ବନ୍ଧୁ ଓ ବିରୋଧୀ  । ତେବେ ଚର୍ଚ୍ଚା ହେଉଛି, ମୋଦି ବିରୋଧୀ ମେଣ୍ଟ ପାଇଁ ଲାଲୁଙ୍କ ସହ ଆଲୋଚନା କରିପାରନ୍ତି ବିରୋଧୀ ଦଳର ବଡ଼ ବଡ଼ ନେତା  ।